fbpx

କଣା କରିଦେଲେ ପାର୍ଟନରଙ୍କ କଣ୍ଡୋମ: ମହିଳାଙ୍କୁ ହେଲା ୬ ମାସର ଜେଲ୍

ନୂଆଦିଲ୍ଲୀ: ନିଜ ପାର୍ଟନରଙ୍କ ଅଜାଣତରେ କଣ୍ଡୋମରେ କଣା କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଜେଲ୍ ପଠାଯାଇଛି । ଗର୍ଭବତୀ ହେବା ପ୍ରୟାସରେ ନିଜ ପାର୍ଟନରଙ୍କ ଅଜାଣତରେ ଏଭଳି କାମ କରୁଥିବା ବେଳେ ବର୍ତ୍ତମାନ ଜେଲ୍ ପଠାଇଛନ୍ତି କୋର୍ଟ । ଏହାକୁ ଯୌନ ଶୋଷଣ ଅଭିଯୋଗ ମଧ୍ୟରେ ସାମିଲ କରାଯାଇ ପାରିବ ବୋଲି କୋର୍ଟ କହିଛନ୍ତି ।

ଏଭଳି ଏକ ଘଟଣା ପ୍ରଥମ ଥର ପାଇଁ ଘଟିଛି । ପୂର୍ବରୁ ପୁରୁଷ ମାନେ ଏଭଳି ଅଭିଯୋଗରେ ଲିପ୍ତ ରହୁଥିବା ଖବର ଆସୁଥିଲା ମାତ୍ର ପ୍ରଥମ ଥର ପାଇଁ ଜଣେ ମହିଳା ଏଭଳି କରିଥିବା ନେଇ ଅଭିଯୋଗ ଆସିଛି । ୩୯ ବର୍ଷୀୟ ମହିଳା ଜଣଙ୍କ ୪୨ ବର୍ଷୀୟ ପୁରୁଷଙ୍କ ସହିତ ରହୁଥିଲେ । ଉଭୟ ୨୦୨୧ରେ ପରସ୍ପରକୁ ଭେଟିଥିଲେ । ତେବେ ସମ୍ପର୍କରେ ନିବିଡତା ପାଇଁ ମହିଳା ଜଣଙ୍କ ନିଜ ପାର୍ଟନରଙ୍କ କଣ୍ଡୋମରେ କଣା କରି ଦେଇଥିଲେ ।

ତେବେ ଗର୍ଭବତୀ ହେବା ପରେ ମହିଳା ଜଣଙ୍କ ନିଜ ପାର୍ଟନରଙ୍କ ସହିତ ଏହା ଶେୟାର କରିଥିଲେ । ଏହାପରେ ଯୁବକ ଜଣଙ୍କ ଅପରାଧିକ ମାମଲା ଦାୟର କରିଥିଲେ । କୋର୍ଟ ମାମଲାର ବିଚାର କରିବା ସହିତ ୬ ମାସର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।

Get real time updates directly on you device, subscribe now.