fbpx

RBI ରେପୋ ରେଟ୍ ବୃଦ୍ଧିର ପ୍ରଭାବ: ଦେଶର ୯ଟି ବ୍ୟାଙ୍କ ବଢ଼ାଇଲେ ସୁଧ ହାର

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ବଢ଼ାଇବା ପରେ ଏବେ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିଛି । ଦେଶର ୯ଟି ବ୍ୟାଙ୍କ ସେମାନଙ୍କର ସୁଧ ହାର ବୃଦ୍ଧି କରିବାକୁ ଘୋଷଣା କରିସାରିଛନ୍ତି । ଉକ୍ତ ବ୍ୟାଙ୍କଗୁଡ଼ିକ ମଧ୍ୟରେ ରହିଛନ୍ତି ଆଇସିଆଇସିଆଇ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଆଦି ଅନେକ । ବ୍ୟାଙ୍କଗୁଡ଼ିକର ଏହି ପଦକ୍ଷେପ ଫଳରେ କିସ୍ତି ସହିତ ସୁଧ ମହଙ୍ଗା ହୋଇଯିବ । କିଛି ବ୍ୟାଙ୍କ ଏଫଡି ସୁଧ ମଧ୍ୟ ବୃଦ୍ଧି କରିସାରିଛନ୍ତି ।

ଆଇସିଆଇସିଆଇ: ଏହି ବ୍ୟାଙ୍କ ନିଜର ଏକ୍ସଟର୍ଣ୍ଣାଲ ବେଞ୍ଚମାର୍କ ଲେଣ୍ଡିଂ ରେଟ୍ ୮.୧୦ ପ୍ରତିଶତକୁ ବୃଦ୍ଧି କରିଛି । ଏଥିସହ ଏଫଡି ଓ ଡିପୋଜିଟ ସୁଧ ମଧ୍ୟ ବଢ଼ାଇଛି ।

ପିଏନବି: ଏହି ବ୍ୟାଙ୍କ ରେପୋ ଲିଙ୍କଡ ଲେଣ୍ଡିଂ ରେଟ (ଆରଏଲଏଲଆର) ୬.୫୦ ପ୍ରତିଶତରୁ ୬.୯୦ ପ୍ରତିଶତକୁ ବୃଦ୍ଧି କରିଛି ।

ବିଓବି: ଏହି ବ୍ୟାଙ୍କ ଆରଏଲଏଲଆର ସମ୍ବନ୍ଧିତ ସମସ୍ତ ଲୋନର ସୁଧ ୬.୯୦ ପ୍ରତିଶତକୁ ବଢ଼ାଇଛି ।

ଏଚଡିଏଫସି: ଏହି ବ୍ୟାଙ୍କ ରିଟେଲ ପ୍ରାଇମ ଲେଣ୍ଡିଂ ରେଟ୍ ବଢ଼ାଇବା ଫଳରେ ହୋମ୍ ଲୋନ୍ ଦର ୦.୩୦ ପ୍ରତିଶତ ବୃଦ୍ଧି ପାଇଛି ।

ଇଣ୍ଡିଆନ ବ୍ୟାଙ୍କ; ଏହି ବ୍ୟାଙ୍କ ଲିଙ୍କଡ ସୁଧ ହାର ୪ ପ୍ରତିଶତ ବଢ଼ାଇ ୪.୪୦ ପ୍ରତିଶତ କରିଦେଇଛି ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ: ଏହି ବ୍ୟାଙ୍କ ୩୯୦ ଦିନର ଡିପୋଜିଟ୍ ସୁଧ ହାର ୦.୩୦ ପ୍ରତିଶତରୁ ବୃଦ୍ଧି କରି ୫.୫ ପ୍ରତିଶତ ଓ ୨୩ ମାସର ଡିପୋଜିଟ ସୁଧ ହାର ୦.୩୫ ପ୍ରତିଶତରୁ ୫.୬ ପ୍ରତିଶତ କରିଦେଇଛି ।

ବନ୍ଧନ ବ୍ୟାଙ୍କ; ଏହି ବ୍ୟାଙ୍କ ୨ କୋଟିରୁ କମ୍ ଆମାଉଣ୍ଟ ବିଶିଷ୍ଟ ଏଫଡି ଉପରେ ୧-୨ ବର୍ଷ ପାଇଁ ସୁଧ ହାର ୦.୫୦ ପ୍ରତିଶତ ବୃଦ୍ଧି କରିଛି ।

ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ: ଜନ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଏଫଡି ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିଛି । ସେହିପରି ୟୁନିୟନ ବ୍ୟାଙ୍କ ୧୦୦ କୋଟିରୁ ୫୦୦ କୋଟି ଟଙ୍କାର ଜମା ଉପରେ ସୁଧ ହାର ୦.୨୦ ପ୍ରତିଶତରୁ ବୃଦ୍ଧି କରି ୩.୧୦ ପ୍ରତିଶତ କରିଛି ।

 

Get real time updates directly on you device, subscribe now.