fbpx

ରାଜ୍ୟ ବାହାରୁ ଓଡ଼ିଶାକୁ ଫେରିଛନ୍ତି ପ୍ରାୟ ୭୮,୨୩୩ ଜଣ: ସୁବ୍ରତ ବାଗଚୀ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): ପ୍ରତିଦିନ ପରି କରୋନା ନେଇ ୨୪ଘଣ୍ଟାର ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଆଗାମୀ ଦିନରେ କରୋନା ମୁକାବିଲା ପାଇଁ ଜନବଳ, ଧନବଳ ଲୋଡ଼ା ହୋଇଛି । ଏହି ଦିଗରେ ଆମର ପ୍ରସ୍ତୁତି ରହିଛି ବୋଲି ସେ କହିଛନ୍ତି । ସବୁ ଚିକିତ୍ସାଳୟକୁ ତୁରନ୍ତ ଜିନିଷପତ୍ର ଯୋଗାଇବା ନେଇ ପଦକ୍ଷେପ ମଧ୍ୟ ନିଆଯାଇଛି । ତାଲାବନ୍ଦ ବେଳେ ଅତ୍ୟାବଶ୍ୟକ ଦ୍ରବ୍ୟ ପରିବହନ ମାଲବାହୀ ଗାଡ଼ି ଚାଲିବ ।

ଏହାସହ ରାଜ୍ୟ ବାହାରୁ ପ୍ରାୟ ୭୮,୨୩୩ ଜଣ ଓଡ଼ିଶାକୁ ଫେରିଛନ୍ତି । ଏହି ବ୍ୟକ୍ତିମାନଙ୍କ ମଧ୍ୟରୁ କିଛି ସଂକ୍ରମିତ ରାଜ୍ୟରୁ ଫେରିଛନ୍ତି । ଏହି ବ୍ୟକ୍ତିମାନଙ୍କୁ ୧୪ଦିନ ପାଇଁ ସଙ୍ଗରୋଧ ରହିବାକୁ ପଡ଼ିବ । ଆଜି ଦିନ ୩ଟା ସୁଦ୍ଧା ବିଶ୍ୱରେ ୪ଲକ୍ଷ ୨୨,୮୨୯ ଜଣ କରୋନା ଆକ୍ରାନ୍ତ ଅଛନ୍ତି । ସାରା ବିଶ୍ୱରେ ୧୮ହଜାରରୁ ଅଧିକ କରୋନା ପାଇଁ ମୃତ୍ୟୁ ହୋଇସାରିଲାଣି । ବର୍ତ୍ତମାନ ବିଶ୍ୱରେ ୨ଲକ୍ଷ ୯୪ହଜାର କରୋନା ପଜିଟିଭ୍ କେସ୍ ରହିଛି । ବିଶ୍ୱରେ ଲକ୍ଷେ ୯ହଜାର ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଗଲେଣି ।
ଓଡ଼ିଶାରେ ୨କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଏହାସହ ଓଡ଼ିଶାରେ ଏପର୍ଯ୍ୟନ୍ତ ମୋଟ୍ ୧୩୩ଟି ନମୁନା ପରୀକ୍ଷା ହୋଇଛି । ଏହାମଧ୍ୟରୁ ୧୨୯ଟି ନମୁନାର ରିପୋର୍ଟ ଆସିଛି ଆଉ ୪ଟି ରିପୋର୍ଟ ଆସିବାର ବାକି ରହିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬୨ ଥିବା ବେଳେ ଏଥିରେ ୧୧ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

Get real time updates directly on you device, subscribe now.