fbpx

କପିଲ ଶର୍ମା ଶୋ ଛାଡିବେ କି ଅର୍ଚ୍ଚନା?: ଶେଖର ସୁମନଙ୍କ ସହ ନୂଆ ଶୋ କରିବାକୁ ନେଇ କଲେ ଘୋଷଣା

ମୁମ୍ବାଇ: ଲୋକପ୍ରିୟ କମେଡି ଟିଭି ଶୋ କପିଲ ଶର୍ମା ଶୋର ଜଜ୍ ଅର୍ଚ୍ଚନାଙ୍କୁ ନେଇ ଆସିଛି ବଡ ଖବର । କମେଡିଆନ ଶେଖର ସୁମନଙ୍କ ସହ ଏକ ନୂଆ ଶୋ କରୁଥିବା ନେଇ ଭିଡିଓ ଅପଲୋଡ କରିଛନ୍ତି ଅର୍ଚ୍ଚନା । ଯାହା ପରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ବିଭିନ୍ନ ଆଲୋଚନା । ତେବେ ଏହି ଭିଡିଓ ପରେ ପ୍ରଥମ ପ୍ରଶ୍ନ ଉଠିଛି କପିଲଙ୍କ ଶୋ’ ଛାଡିବେ କି ଅର୍ଚ୍ଚନା?

ସୋଶିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ତାଙ୍କ ସହ କମେଡିଆନ ଶେଖର ସୁମନ ମଧ୍ୟ ନଜର ଆସିଛନ୍ତି । ଉଭୟ ମିଶି ସୋନି ଟିଭିରେ ଏକ ନୂଆ ଶୋ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଏହି ଭିଡିଓରେ ସୂଚନା ଦେଇଛନ୍ତି । ତେବେ ଏହା ବ୍ୟତୀତ ଅନ୍ୟ କୌଣସି ସୂଚନା ଦେଇ ନାହାନ୍ତି ଅର୍ଚ୍ଚନା । ତେବେ ଏହି ଭିଡିଓ ପରେ ପ୍ରଶ୍ନ ଉଠିଛି ଯେ ଅର୍ଚ୍ଚନା କ’ଣ କପିଲ ଶର୍ମା ଶୋ ରୁ ବିଦାୟ ନେବେ ? ତେଣୁ ଏ ନେଇ ଅଧିକ କିଛି ତଥ୍ୟ ଦେବାକୁ କମେଣ୍ଟ କରିଛନ୍ତି ଅନେକ ୟୁଜର ।

ତେବେ ଏହି ନୂଆ ଶୋ’କୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ଆଗକୁ କ’ଣ ବେ ଏବଂ ଏହି ଶୋ’ରେ ନୂଆ କ’ଣ ଦେଖିବାକୁ ମିଳିବ ବୋଲି ସମସ୍ତେ ଅପେକ୍ଷା କରିଛନ୍ତି । ତେବେ ଶେଖରଙ୍କୁ ଦେଖି ଏହା ଅନୁମାନ କରାଯାଇ ପାରୁଛି ଯେ, ଏହା ଏକ କମେଡି ଶୋ’ ହୋଇପାରେ ।

Get real time updates directly on you device, subscribe now.