fbpx

ଆସନ୍ତା ୨୧ରେ ହେବ NEET PG 2022: ପରୀକ୍ଷା ଘୁଞ୍ଚାଇବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସନ୍ତା ୨୧ ତାରିଖରେ ନିଟ-୨୦୨୨ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାକୁ ସ୍ଥଗିତ କରିବାକୁ ଆଗତ କରାଯାଇଥିବା ୟାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପରୀକ୍ଷା ସ୍ଥଗିତ ହେବା ଫଳରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହେବେ । ଏଥିସହିତ ସ୍ଥଗିତକୁ ନେଇ ଅରାଜକତା ଓ ଅନିଶ୍ଚିତତା ପରିସ୍ଥିତି ସୃଷ୍ଟି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ, ନାମଲେଖାରେ କୌଣସି ପ୍ରକାରର ବିଳମ୍ବ ରୋଗୀଙ୍କ ଦେଖାଶୁଣା ଓ ହସ୍ପିଟାଲରେ କାର୍ଯ୍ୟ ପ୍ରଭାବିତ ହେବ । ପରୀକ୍ଷା ସ୍ଥଗିତ ନେଇ କରାଯାଇଥିବା ଆବେଦନ ଉପରେ ବିଚାର ବିମର୍ଶ କରାଯିବା ପରେ ନିଷ୍ପତ୍ତି ନିଆଯାଇଛି । ୨୦୨୨ର ପିଜି ପରୀକ୍ଷା ପାଇଁ ବହୁତ ସଂଖ୍ୟାରେ ଡାକ୍ତର ରେଜିଷ୍ଟ୍ରେସନ କରିଛନ୍ତି । ୨ ଲକ୍ଷ ୬ ହଜାରରୁ ଅଧିକ ଡାକ୍ତର ରେଜିଷ୍ଟ୍ରେସନ କରିଥିବା ବେଳେ ତାହା ଗତବର୍ଷ ଅପେକ୍ଷା ଅଧିକ ରହିଛି । ତେଣୁ ପରୀକ୍ଷା ସ୍ଥଗିତ ରଖିବା ନିଶ୍ଚିତ ଭାବେ ସେସେଣ୍ଟ କେୟାରକୁ ପ୍ରଭାବିତ କରିବ ।

ତେବେ ପରୀକ୍ଷା ଘୁଞ୍ଚିବା ନେଇ କୋର୍ଟରେ ଦୁଇ ପକ୍ଷର ଓକିଲଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । କାଉନସେଲିଂ ଓ ପରୀକ୍ଷାର କାର୍ଯ୍ୟକ୍ରମରେ ପରିବର୍ତ୍ତନ କରିବା ପାଇଁ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଏହା ସରକାରୀ ମାମଲା ହୋଇଥିବା ବେଳେ ପରୀକ୍ଷା ସ୍ଥଗିତା ଫଳରେ ହସ୍ପିଟାଲରେ ଡାକ୍ତରଙ୍କ ସଂଖ୍ୟା ହ୍ରାସ ପାଇବ । ତେଣୁ ସ୍ଥଗିତ ଆଦେଶ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ ।

Get real time updates directly on you device, subscribe now.