fbpx

ପଞ୍ଜାବକୁ ବେୟାରଷ୍ଟୋ ଏବଂ ଲିଭିଙ୍ଗଷ୍ଟୋନ୍ ପାୱାର୍, ବାଙ୍ଗଲୋର ଆଗରେ ୨୧୦ରନ୍ ର ବିଜୟ ଲକ୍ଷ୍ୟ

ମୁମ୍ବାଇ: ଆଇପିଏଲ ୨୦୨୨ରେ ଆଜିର ମ୍ୟାଚ୍ ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଚାଲିଛି । ବାଙ୍ଗଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ପଞ୍ଜାବକୁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ ୯ ୱିକେଟ୍ ହରାଇ ବାଙ୍ଗଲୋର ଆଗରେ ୨୧୦ରନ୍ ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ପଞ୍ଜାବ ପକ୍ଷରୁ ଜନୀ ବେୟାରଷ୍ଟୋ ଧୁଆଁଧାର ଆରମ୍ଭ କରିଥିଲେ । ସେ ମାତ୍ର ୨୯ ବଲ୍ ରେ ୬୬ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଏହା ପରେ ଇଂଲଣ୍ଡର ଅନ୍ୟତମ ଖେଳାଳୀ ଲିଆମ ଲିଭିଙ୍ଗଷ୍ଟୋନ୍ ମଧ୍ୟ ବାଙ୍ଗଲୋର ବୋଲରଙ୍କ ଧୂଲେଇ କରିଥିଲେ । ସେ ୪୨ ବଲରୁ ୭୦ ରନ୍ ର ପାଳି ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଖର ଧାୱନ୍ ୧୫ବଲ୍ ରୁ ୨୧ ଏବଂ ଅଧିନାୟକ ମୟଙ୍କ ଅଗ୍ରୱାଲ ୧୬ ବଲରୁ ୧୯ ରନ୍ ସଂଗ୍ରହ କରିଥିଲେ ।

ବାଙ୍ଗଲୋର ପାଇଁ ହର୍ସଲ ପଟେଲ ସଫଳ ବୋଲର ଭାବରେ ୪ଓଭର ବୋଲିଂ କରି ୩୪ ରନ୍ ବ୍ୟୟରେ ୪ଟି ୱିକେଟ୍ ହାସଲ କରିଥିଲେ । ୱାନିନ୍ଦୁ ହସରଙ୍ଗା ମଧ୍ୟ ଆକର୍ଶଣୀୟ ବୋଲିଂ କରି ୪ ଓଭରରେ ୧୫ ଦେଇ ୨ଟି ସପଳତା ପାଇଥିଲେ । ସେହିପରି ଗ୍ଲେନ୍ ମକ୍ସୱେଲ୍ ଏବଂ ଶାହାବାଜ ଅହମଦ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

 

 

Get real time updates directly on you device, subscribe now.