ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଆଜି ପୁଣି ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସେ ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ସହ ସଂପୃକ୍ତ ଜଣେ ବ୍ୟକ୍ତି କିପରି ୩ଟି ଗୁରୁଦାୟିତ୍ୱରେ ରହିପାରିବେ । ଜଣେ ବ୍ୟକ୍ତି କିପରି ଓବିସିସି ଅଧ୍ୟକ୍ଷ, ପୂର୍ତ୍ତ ସଚିବ ଏବଂ ଶ୍ରୀମନ୍ଦିର ପ୍ରଶାସକ ହୋଇପାରିବେ । ଏହା କୌଣସି ଏକ ସଂଯୋଗ ନା କୌଣସି ବିଶେଷ ଉଦ୍ଦେଶ୍ୟ ସାଧନ ପାଇଁ ପ୍ରାୟୋଜିତ ବ୍ୟବସ୍ଥା?
ସେ ଆହୁରି ପ୍ରଶ୍ନ କରିଛନ୍ତି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏସଜେଟିଏ ନାମରେ ଟେଣ୍ଡର ଘୋଷଣା କରୁଛନ୍ତି ଏବଂ ଓବିସିସିକୁ ଟେଣ୍ଡର ଦେଉଛନ୍ତି ଏବଂ ସେହି ସମାନ ବ୍ୟକ୍ତି ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନ ନାମରେ ଟେଣ୍ଡର ପାଉଛନ୍ତି । ଏହି ପ୍ରକ୍ରିୟା କେତେ ସ୍ୱଚ୍ଛ ଏବଂ ପାରଦର୍ଶୀତା ରହିଛି ।
ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାମ ପାଇଁ ଅର୍ଥ ଦେଉଥିବା ବ୍ୟକ୍ତି ଭିନ୍ନ ଅନୁଷ୍ଠାନ ନାମରେ ଅର୍ଥ ଗ୍ରହଣ କରୁଛନ୍ତି । ତେଣୁ ଅର୍ଥ କାରବାର ପ୍ରକ୍ରିୟାରେ ରହିଥିବା ସର୍ବନିମ୍ନ ଶୃଙ୍ଖଳା ଉଲ୍ଲଂଘନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ପୂର୍ତ୍ତ ସଚିବ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ପ୍ରଶାସକ ଥିଲେ ।