fbpx

ଆସାମ ରାଇଫଲ୍ସରେ ବମ୍ପର ନିଯୁକ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

ଡାଇରେକ୍ଟର ଜେନେରାଲ କାର୍ଯ୍ୟାଳୟ, ଆସାମ ରାଇଫଲ, ଶିଲଙ୍ଗରେ ଟେକ୍ନିକାଲ ଏବଂ ଟ୍ରେଡସମ୍ୟାନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ବିଭିନ୍ନ ଟ୍ରେଡରେ ଭର୍ତ୍ତି ପାଇଁ ମହିଳା ଏବଂ ପୁରୁଷ ଉଭୟ ଆଶାୟୀ ଆବେଦନ କରିପାରିବେ । ଆବେଦନ ପ୍ରକ୍ରିୟା ୬ ଜୁନ୍ ୨୦୨୨ ରେ ଆରମ୍ଭ ହେବ ଏବଂ ଆଶାୟୀ ୨୦ ଜୁଲାଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ପଦରେ ଭର୍ତ୍ତି ପାଇଁ ଆସାମ ରାଇଫଲ୍ସ ଟେକ୍ନିକାଲ ଏବଂ ଟ୍ରେଡମ୍ୟାନ୍ ଭର୍ତ୍ତି ରାଲିର ଆୟୋଜନ ୧ ସେପ୍ଟେମ୍ବର ୨୦୨୨ରେ କରାଯିବ । ଏଥିରେ ଗ୍ରୁପ ବି ଏବଂ ଗୁପ ସି ରେ ସମୁଦାୟ ୧୨୮୧ ପଦରେ ନିଯୁକ୍ତି ଦିଆଯିବ । ଆବେଦନ କରିବା ପାଇଁ ଆଶାୟୀଙ୍କୁ ଅସମ ରାଇଫଲ୍ସର ଅଫିସିଆଲ ୱେବସାଇଟ assamrifles.gov.in ଦ୍ୱାରା କରିବାକୁ ହେବ ।

ନିଯୁକ୍ତି ବିବରଣୀ:

ସମୁଦାୟ ୧୨୮୧ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ କ୍ଲର୍କ, ପର୍ସନାଲ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିକାଲ ଫିଟର, ଲାଇନମ୍ୟାନ, ମେକାନିକ୍, ଇଲେକ୍ଟ୍ରିସିଆନ ସହ ଅନ୍ୟ ଟ୍ରେଡ ପଦରେ ନିଯୁକ୍ତି ଦିଆଯିବ ।

ବସୟ ସୀମା:

ପଦ ପାଇଁ ଆବେଦନ କରିବା ପାଇଁ ୧ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ୧୮ ରୁ ୨୩ ବର୍ଷ ହୋଇଥିବା ଆଶାୟୀ ଆବେଦନ କରିପାରିବେ । ସଂରକ୍ଷିତ ବର୍ଗଙ୍କ ନିୟମ ଅନୁଯାୟୀ ଛାଡ଼ ରହିଛି ।

ଶିକ୍ଷାଗତ ଯୋଗ୍ୟତା:

ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା କହିଲେ ୧୦ମ, ଦ୍ୱାଦଶ ପାସ୍ ସହ ଟ୍ରେଡରେ ଆଇଟିଆଇ ସାର୍ଟିଫିକେଟ ରହିଥିବା ଦରକାର ।

ଚୟନ ପ୍ରକ୍ରିୟା:

ପଦରେ ଆଶାୟୀଙ୍କ ଚୟନ ଫିଜିକାଲ ଟେଷ୍ଟ, ଲିଖିତ ପରୀକ୍ଷା, ଟ୍ରେଡ ଟେଷ୍ଟ ଏବଂ ସ୍କିଲ ଟେଷ୍ଟ ମାଧ୍ୟମରେ କରାଯିବ ।

 

Get real time updates directly on you device, subscribe now.