fbpx

ଦେହଜୀବୀଙ୍କୁ ଆଧାରକାର୍ଡ ପ୍ରମାଣପତ୍ର ଦେବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ୟୁନିକ୍‌ ଆଇଡେଣ୍ଟିଫିକେସନ୍‌ ଅଥରିଟି୍‌ ଅଫ୍‌ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଜାରି ଏକ ପ୍ରେଫର୍ମା ପ୍ରମାଣପତ୍ରର ଆଧାରରେ ଦେହଜୀବୀଙ୍କୁ ଆଧାର କାର୍ଡ ଜାରି କରିବା ପାଇଁ ସୁପ୍ରିମ୍‌କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ୟକ୍ତି ସହ ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରିବା ମୂଳ ଅଧିକାର ବୋଲି କୋର୍ଟ ଏହି ଅବସରରେ କହିଛନ୍ତି ।

ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ କହିଛନ୍ତି କି ଏଥିରେ ଦେହଜୀବୀଙ୍କ ପରିଚୟ ଦର୍ଶାଯିବ ନାହିଁ । ନ୍ୟାସନାଲ୍‌ ଏଡ୍‌ସ କଣ୍ଟ୍ରୋଲ ଅର୍ଗାନାଇଜେସନ୍‌ (ନାକୋ)ର ଅଧିକାରୀ କିମ୍ବା ଷ୍ଟେଟ୍‌ ଏଡ୍‌ସ କଣ୍ଟ୍ରୋଲ ସୋସାଇଟିର ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ପାଖରେ ନାମାଙ୍କନ ଫର୍ମ ଦାଖଲ କରାଯିବ । ଖଣ୍ଡପୀଠ କହିଛନ୍ତି କି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କାର୍ଯ୍ୟ ବାଦ୍‌ ଗରିମାପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରିବାର ଅଧିକାର ରହିଛି ଓ ଏହାକୁ ବିଶେଷ ଧ୍ୟାନ ଦେବା ଉଚିତ୍‌ । ୟୁଆଇଡିଏଆଇ ପ୍ରଥମେ ସୁପ୍ରିମ୍‌କୋର୍ଟଙ୍କୁ ପରାମର୍ଶ ଦେଇଥିଲା କି ପରିଚୟ ପ୍ରମାଣ ଉପରେ ଜୋର୍‌ ଦେବା ବ୍ୟତୀତ ଦେହଜୀବୀଙ୍କ ପାଇଁ ଆଧାର କାର୍ଡ ଜାରି କରାଯିବା ଉଚିତ୍‌ । ଆଉ ଏହି ପ୍ରମାଣପତ୍ର ତାହା ନାକୋର ଗେଜେଟେଡ୍‌ ଅଫିସର କିମ୍ବା ସମ୍ବୋଧିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଗେଜେଟେଡ୍‌ ଅଫିସରଙ୍କ ଦ୍ୱାରା ପ୍ରସ୍ତୁତ କରାଯିବ । ଏହାପରେ ସୁପ୍ରିମ୍‌କୋର୍ଟ  ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ସେମାନେ ସେହି ଦେହଜୀବୀଙ୍କୁ ଚିହ୍ନିତ କରନ୍ତୁ ଯେଉଁମାନଙ୍କ ପାଖରେ ପରିଚୟର କୌଣସି ପ୍ରମାଣପତ୍ର ନାହିଁ ଅଥବା ସେମାନଙ୍କୁ ରାସନ୍‌ ସାମଗ୍ରୀ ମିଳୁନାହିଁ ।

Get real time updates directly on you device, subscribe now.