fbpx

ଜୁନ୍ ୧ ରୁ ମିଳିବ ବାରବାଟୀରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଟିକେଟ୍, ବୈଠକରେ ସୂଚନା ଦେଲେ କ୍ରୀଡ଼ା ସଚିବ

ଆସନ୍ତା ଜୁନ ୧୨ ରେ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଟି-୨୦ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କୁ ଅନୁମତି ମିଳିଛି । ଅର୍ଥାତ୍ ଷ୍ଟାଡିୟମରେ ବସି ମ୍ୟାଚର ମଜାନେଇପାରିବେ ଦର୍ଶକ । ତେବେ ମ୍ୟାଚ ପାଇଁ ଆସନ୍ତା ଜୁନ୍ ୧ ରୁ ଅନଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବାକୁ ଯାଉଛି । ଏହା ସହ ଜୁନ୍ ୯ ଓ ୧୦ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି କରାଯିବ ।

ବାରବାଟୀରେ ହେବାକୁ ଥିବା ଭାରତ ଦ.ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚର ପ୍ରସ୍ତୁତି ନେଇ ଶୁକ୍ରବାର ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓସିଏ ଅଧିକାରୀ, କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣାଙ୍କ ସହ ପ୍ରସ୍ତୁତି ବୈଠକ କରିଛନ୍ତି । ବୈଠକରେ ପୂର୍ଣ୍ଣଦର୍ଶକ କ୍ଷମତାରେ ମ୍ୟାଚ୍ ହେବା ନେଇ ସୂଚନା ଦେଇଛନ୍ତି ସଚିବ । ଏହା ସହ ମ୍ୟାଚ ପାଇଁ ସଂପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ନେଇ କହିଛନ୍ତି ପୋଲିସ କମିଶନର । ଖେଳାଳି ଆସିବା ଠାରୁ ଆରମ୍ଭ କରି ଯିବା ପର୍ଯ୍ୟନ୍ତ ସମସ୍ତ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କମିଶନର ।

ଏହା ସହ ଅନଲାଇନ ଟିକେଟ ବିକ୍ରିରେ ଅନିୟମିତତା ନହେବା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି କମିଶନର । ୪୦ ହଜାର ଦର୍ଶକ ଆସିବାକୁ ଥିବାରୁ ପ୍ରାୟ ୧୫ ହଜାର ଗାଡ଼ି ଆସିବ ତେଣୁ ଟ୍ରାଫିକ୍ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯିବ କହିଲେ କମିଶନର । ଶୃଙ୍ଖଳିତ ଭାବରେ ଟିକେଟ୍ ବିକ୍ରି ଉପରେ ନଜର ରଖାଯିବା ନେଇ କହିଛନ୍ତି ପୋଲିସ କମିଶନର ।

Get real time updates directly on you device, subscribe now.