fbpx

ଧଳା ଜହର କବଳରେ ଯୁବପୀଢ଼ି ! ୩୧ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ନାବାଳିକା ସମେତ ୪ ଗିରଫ

ଖୋର୍ଦ୍ଧା (ଭାସ୍କର ନ୍ୟୁଜ୍‌): ବ୍ରାଉନସୁଗର ଜହର କବଳରେ ପିଲାଠାରୁ ଯୁବପିଢ଼ୀ । ଏହି ଜହର ମାୟାରେ ପଡି ବହୁ ଯୁବପିଢ଼ୀ ବାଟବଣା ହେବା ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ବିଶେଷକରି ଖୋର୍ଦ୍ଧା ସହରରେ ବ୍ରାଉନସୁଗରର ଅବାଧ କାରବାର ଯୋଗୁ ପୋଲିସ ମଧ୍ୟ ଚିନ୍ତାରେ ପଡ଼ିଛି ।ଖୋର୍ଦ୍ଧା ଟାଉନ୍‌ ଥାନା ପୋଲିସ ଚଢ଼ଉ କରି ୩୧୦ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି । ଜବତ ବ୍ରାଉନସୁଗରର ମୂଲ୍ୟ ୩୧ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

ଏହି ଘଟଣାରେ ଜଣେ ନାବାଳିକା ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି । ଖୋର୍ଦ୍ଧା ଗୁରୁଜଙ୍ଗ କୋଚିଲାକଣ ସାହିର ନନ୍ଦକିଶୋର ସାହୁଙ୍କ ଘରେ ଖୋର୍ଦ୍ଧା ଟାଉନ୍‌ ପୋଲିସ ଓ ସ୍ପେଶାଲ୍‌ ସ୍କ୍ୱାଡ୍‌ ମିଳିତ ଭାବେ ଚଢ଼ଉ କରି ଏହି ବ୍ରାଉନସୁଗର ଜବତ କରିଛନ୍ତି । ଏଥିସହ ଗୋଟିଏ କାର ଓ ୨ଟି ବାଇକ ମଧ୍ୟ ଜବତ କରାଯାଇଛି ।

Get real time updates directly on you device, subscribe now.