fbpx

ସ୍କୁଲରେ ନିରୀହ ଛାତ୍ରଙ୍କୁ ଗୁଳି ମାଡ଼, ୧୮ ଜଣ ଛାତ୍ର ଏବଂ ୩ ଜଣ ଶିକ୍ଷକ ନିହତ

ଟେକ୍ସସ୍: ଆମେରିକାର ଟେକ୍ସସ୍ ରୁ ଏକ ବଡ଼ ଖବର ଆସିଛି । ମଙ୍ଗଳବାର ସକାଳେ ଏଠାରେ ଏକ ପ୍ରାଥମିକ ବିଦ୍ୟାଳୟରେ ଏକ ୧୮ ବର୍ଷିୟ ଯୁବକ ଅନ୍ଧାଧୁନ୍ ଗୁଳିମାଡ଼ କରିଛି । ଏହି ଗୁଳିକାଣ୍ଡରେ ଏପର୍ଯ୍ୟନ୍ତ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୧୮ ଜଣ ଛାତ୍ର ଏବଂ ତିନି ଶିକ୍ଷକ ସାମିଲ ଅଛନ୍ତି । ଆମେରିକୀୟ ଗଣମାଧ୍ୟମ ରିପୋର୍ଟରୁ ଏନେଇ ସୂଚନା ମିଳିଛି ।

ତେବେ ପୋଲିସର ଜବାବି କାର୍ଯ୍ୟାନୁଷ୍ଠାନରେ ଗୁଳିମାଡ଼ କରିଥିବା ଯୁବକର ମଧ୍ୟ ମୃତ୍ୟୁ ହୋଇସାରିଛି । ଏହି ଘଟଣାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦୁଖଃ ପ୍ରକାଶ କରିଛନ୍ତି । ମୃତକଙ୍କ ସମ୍ମାନର୍ଥେ ମେ ୨୮ ତାରିଖରେ ଦେଶର ସମସ୍ତ ସାମରିକ ଏବଂ ନୌସେନାର ଜାହାଜ, ଷ୍ଟେସନ ସମେତ ବିଦେଶର ସମସ୍ତ ଆମେରିକୀୟ ଦୂତାବାସ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ଘୋଷଣା କରିଛନ୍ତି ।

ଗୁଳିମାଡ଼ କରିଥିବା ଯୁବକର ନାମ ସାଲଭାଡୋର ରାମୋସ ଏବଂ ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବୋଲି ଟେକ୍ସସ୍ ଗଭର୍ଣ୍ଣର ଆବଟ୍ଟ କହିଛନ୍ତି । ୨୦୧୨ ରେ ସ୍ୟାଣ୍ଡି ହୁକ୍ ଏଲିମେଣ୍ଟାରୀ ସ୍କୁଲ ଶୁଟିଂ ଅପେକ୍ଷା ଆଜିର ଘଟଣା ଅଧିକ ମାରାତ୍ମକ ବୋଲି କହିଥିଲେ। ଟେକ୍ସାସ୍ ର ଏହି ଛୋଟ ସହରରେ ୨୦,୦୦୦ ରୁ କମ୍ ଜନସଂଖ୍ୟା ବାସ କରନ୍ତି ।

 

 

Get real time updates directly on you device, subscribe now.