fbpx

ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ନରିନ୍ଦର ବାତ୍ରା

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ର ଅଧ୍ୟକ୍ଷ ନରିନ୍ଦର ବାତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ବାତ୍ରା ଗତ ୨୦୧୭ରେ ଅନ୍ତର୍ଜାତୀୟ ହକି ମହାସଂଘର ଅଧ୍ୟକ୍ଷ ରହିଥିଲେ । ହକି ଇଣ୍ଡିଆ ଫଣ୍ଡରୁ ୩୫ ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ବାତ୍ରାଙ୍କ ନାମରେ ଗତ ମାସରେ ଅଭିଯୋଗ ଦାୟର ହୋଇଥିଲା । ଏହି ମାମଲାରେ ସିବିଆଇ ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ତେବେ ଉକ୍ତ ଅର୍ଥକୁ ଶ୍ରୀ ବାତ୍ରା ବ୍ୟକ୍ତିଗତ ଫାଇଦା ପାଇଁ ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଛି ।

ଏନେଇ ଏକ ବୟାନ ଜାରି କରି ଶ୍ରୀ ବାତ୍ରା କହିଛନ୍ତି, ବର୍ତ୍ତମାନ ସମୟରେ ବିଶ୍ୱ ହକିରେ ବିକାଶର ଆବଶ୍ୟକତା ରହିଛି । ହକିର ପ୍ରଚାର ଓ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଅନ୍ତର୍ଜାତୀୟ ହକି ଫେଡେରେସନ ଉପରେ ମୋତେ ଅଧିକ ଧ୍ୟାନ ଦେବା ଜରୁରୀ । ତେଣୁ ମୁଁ ଆଇଓଏର ଅଧ୍ୟକ୍ଷ ପଦର କାର୍ଯ୍ୟକାଳକୁ ଆଉ ଆଗକୁ ନ ନେବା ସପକ୍ଷରେ ନିଷ୍ପତ୍ତି ନେଇଛି । ଗତ ଚାରିବର୍ଷ ଧରି ଯେଉଁମାନେ ମୋତେ ସମର୍ଥନ କରିଆସିଛନ୍ତି ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

ଜମ୍ମୁ କଶ୍ମୀରରେ ଜନ୍ମ ଗ୍ରହଣ କରିଥିବା ବାତ୍ରା ନିଜର ଯୁବ ସମୟରେ ଜଣେ ଘରୋଇ ହକି ଖେଳାଳି ଥିଲେ । ସେ ୨୦୦୯ରେ ହକି ଇଣ୍ଡିଆରେ ଯୋଗ ଦେଇଥିଲେ ଓ ପରେ ଇଣ୍ଡିଆନ ହକି ଫେଡେରେସନ (ଆଇଏଚଏଫ) ଗଠନ କରିଥିଲେ । ସେ ୨୦୧୪ ପର୍ଯ୍ୟନ୍ତ ହକି ଇଣ୍ଡିଆର ସେକ୍ରେଟାରୀ-ଜେନେରାଲ ପଦରେ ରହିଥିଲେ । ଏଥିସହିତ ସେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନର କୋଷାଧ୍ୟକ୍ଷ ରହିଥିଲେ । ଗତ ୨୦୧୭ରେ ସେ ଆଇଓଏର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Get real time updates directly on you device, subscribe now.