fbpx

ସାରା ଗାଁକୁ କବଳିତ କରିଛି କାନ୍ସର: ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ପରେ ଯାଞ୍ଚ ପାଇଁ ପହଞ୍ଚିଲା ଡାକ୍ତରୀ ଟିମ 

ବିହାର: ବିହାର ଜହାନାବାଦ ଜିଲ୍ଲା ଅନ୍ତର୍ଗତ ସଲାରପୁର ଗ୍ରାମରେ କେଳିଯାଇଛି ଶୋକର ଛାୟା । ଗତ ଦୁଇ ବର୍ଷ ହେଲା ଗାଁରେ କ୍ୟାନ୍ସରର ଆତଙ୍କ ଜାରି ରହିଛି । ଏହି ରୋଗରେ ଲଗାତାର ମୃତ୍ୟୁକୁ ନେଇ ଚିନ୍ତାରେ ପଡିଛନ୍ତି ସରକାର । ତେଣୁ ସିଭିଲ ସର୍ଜନଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଏମ । ଏହାପରେ ଡାକ୍ତରୀ ଟିମ ଗାଁରେ ପହଞ୍ଚି କ୍ୟାନ୍ସର ମୃତ୍ୟୁର କାରଣ ଜାଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଯାଞ୍ଚରେ ନିୟୋଜିତ ଡାକ୍ତର ଅଜୟ କୁମାର କହିଛନ୍ତି ଯେ, ଗତ ଦୁଇ ବର୍ଷରେ ଗୋଟିଏ ପରିବାରରୁ ୧୧ ଜଣ ସଦସ୍ୟ କ୍ୟାନ୍ସରରେ ମୃତ୍ୟୁ ବରଣ କରିଛନ୍ତି ।
ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଖୋଜିବାରେ ସଫଳ ହୋଇ ପାରିନାହାନ୍ତି ଡଃ. ଅଜୟ ଏବଂ ତାଙ୍କ ଟିମ । ତେଣୁ ଏମ୍ସର ଡାକ୍ତରମାନଙ୍କ ସହ ମିଶି ପୁଣି ଥରେ ସଲାରପୁର ଗାଁକୁ ଯିବା ସହ ମୃତ୍ୟୁର କାରଣ ଖୋଜିବା ପାଇଁ ପ୍ରୟାସ କରିବେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ପିଇବା ପାଣିରେ କିଛି ଅସୁବିଧା ଯୋଗୁଁ ଲୋକ କ୍ୟାନ୍ସରରେ ପୀଡିତ ହେଉତିବା ସେ ଅନୁମାନ କରିଛନ୍ତି । କ୍ୟାନ୍ସରରେ ମୃତ୍ୟୁବରଣ କରିଥିବା ସମସ୍ତ ରୋଗୀ ମୁଖ୍ୟତଃ ଗାଡ୍ ବ୍ଲାଡର, ଗାଡ୍ ଷ୍ୟୋନ କିମ୍ବା ଲିଭର ସମସ୍ୟା ସହ ସଂଘର୍ଷ କରୁଥିଲେ ।
୨ ବର୍ଷ ମଧ୍ୟରେ ଗ୍ରାମର ଅରବିନ୍ଦ ଶର୍ମା, ତାଙ୍କ ପତ୍ନୀ, ଉଷା ଦେବୀ, କାମତା ଶର୍ମା, କପିଲ ଦେବ ଶର୍ମା, ତାଙ୍କ ପତ୍ନୀ, ସହବୀରଙ୍କ ପତ୍ନୀ ଏବଂ ରାଜକୁମାରଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଗ୍ରାମର ନାଗେନ୍ଦ୍ର କୁମାର । ଏହା ସହିତ ବର୍ତ୍ତମାନ ମଧ୍ୟ ଦୁଇ ଜଣ ବ୍ୟକ୍ତି କ୍ୟାନ୍ସର ସହ ଲଢେଇ କରୁଥିବା ସେ କହିଛନ୍ତି ।

Get real time updates directly on you device, subscribe now.