fbpx

ବିସିସିଆଇର ବଡ ନିଷ୍ପତ୍ତି: ଭାରତୀୟ ଦଳରେ ଏହି ଖେଳାଳିଙ୍କୁ ମିଳିଲା ରାହୁଲ ଦ୍ରାବିଡଙ୍କ ସ୍ଥାନ

ନୂଆଦିଲ୍ଲୀ: ଆଇପିଏଲ ପରେ ଭାରତ ଗସ୍ତରେ ଆସିବ ଦକ୍ଷିଣ ଆଫ୍ରିକା । ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପରେ ଇଂଲଣ୍ଡ ଏବଂ ଆୟରଲାଣ୍ଡ ଗସ୍ତରେ ଯିବ ଟିମ ଇଣ୍ଡିଆ । ତେବେ ଉଭୟ ସିରିଜ ଏକା ସମୟରେ ଖେଳାଯିବାର ସୂଚୀ ରହିତିବାରୁ ଏଥିପାଇଁ ଦୁଇଟି ଦଳରେ ଭାଗ ହୋଇଯିବ ଭାରତୀୟ ଦଳ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଗୋଟିଏ ଦଳ ଗସ୍ତ କରୁଥିବା ବେଳେ ଆଉ ଗୋଟିଏ ଦଳ ଆୟରଲାଣ୍ଡ ଗସ୍ତ କରିବ । ତେବେ ଦୁଇଟି ଦଳ ପାଇଁ କୋଚ ମଧ୍ୟ ୨ ଜଣ ରହିବା ଆବଶ୍ୟକ । ତେଣୁ ରାହୁଲ ଦ୍ରାବିଡଙ୍କ ସ୍ତାନରେ ଆଉ ଜଣେ ଭେଟେରାନ ଖେଳାଳିଙ୍କୁ ସ୍ଥାନ ଦେଇଛି ବିସିସିଆଇ ।

୨୬ ଏବଂ ୨୮ ଜୁନରେ ଭାରତ-ଆୟରଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ସେହିପରି ଦକ୍ଷିଣ ଆଫ୍ରିକା ସିରିଜ ପରେ ଭାରତ ଦ୍ରାବିଡଙ୍କ ସହ ଇଂଲଣ୍ଡ ଗସ୍ତରେ ଯିବ । ତେଣୁ ନେସନାଲ କ୍ରିକେଟ ଏକାଡେମୀର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଭାତୀୟ ଦଳର ସାମୟିକ କୋଚ ଭାବେ ଚୟନ କରିଛି ବିସିସିଆଇ । ବୋର୍ଡ ସଚିବ ଜୟ ଶାହ ଏ ନେଇ ସୂଚନା ଦେଇଛନ୍ତି ।

NCA चीफ बनने के लिए VVS Laxman को करना होगा आवेदन: Jay shah

ଗତବର୍ଷ ଇଂଲଣ୍ଡ ଗସ୍ତରେ ଥିବା ସମୟରେ ରାହୁଲ ଦ୍ରାବିଡ ଦଳର ମୁଖ୍ୟ କୋଚ ଭାବରେ ଟିମ ସହ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ । ତେବେ ଚଳିତ ବର୍ଷ ଦ୍ରାବିଡଙ୍କ ସ୍ଥାନରେ ଲକ୍ଷ୍ମଣ ଏହି ଦାୟିତ୍ୱ ନେବାକୁ ଯାଉଛନ୍ତି । ତେବେ ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଚୟନ କରାଯାଇନାହିଁ । ତେବେ ଅେଅନକ ଯୁବ ଖେଳାଳିଙ୍କୁ ଏହି ସିରିଜରେ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.