fbpx

ଜୁନ୍ ୧ରୁ ଜୁନ୍ ୩୦ ଯାଏ ସ୍କୁଲ ଛୁଟି

ନୂଆଦିଲ୍ଲୀ: ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ପାଇଁ ଖରାଛୁଟି ଘୋଷଣା କରିଛନ୍ତି ହରିୟାଣା ସରକାର । ରାଜ୍ୟରେ ସମସ୍ତ ସ୍କୁଲଗୁଡ଼ିକରେ ଜୁନ୍ ୧ରୁ ଜୁନ୍ ୩୦ ଯାଏଁ ଗ୍ରୀଷ୍ମଛୁଟି ଘୋଷଣା କରାଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା ହୋଇଛି ।

ତେବେ କରୋନା ଯୋଗୁଁ ଛୁଆଙ୍କ ପାଠପଢ଼ା ଅଧିକ ପ୍ରଭାବିତ ହୋଇଛି । ଏପରି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଖରାଛୁଟିରେ ଅନଲାଇନ୍ ମାଧ୍ୟମରେ ପାଠ ପଢ଼ିବେ । ଏହା ସହ ୧୦ମ ଓ ଦ୍ୱାଦଶ ବିଦ୍ୟାର୍ଥୀମାନେ ଘରେ ରହି ଟ୍ୟାବ୍ ମାଧ୍ୟମରେ ଅନଲାଇନ୍ ପାଠ ପଢ଼ିବେ । ସରକାର ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଛୁଟିଦିନରେ ପାଠ ପଢ଼ିବା ଦ୍ୱାରା ପିଲାଙ୍କ ଶିକ୍ଷା ଗୁଣାବତ୍ତାରେ ସୁଧାର ଆସିବ, କାରଣ କରୋନା ଯୋଗୁଁ ପିଲାମାନଙ୍କର ଶିକ୍ଷା ବିଶେଷ ପ୍ରଭାବିତ ହୋଇଥିଲା ।

Get real time updates directly on you device, subscribe now.