fbpx

କେବେ ମିଳିବ ଇ-ଶ୍ରମ କାର୍ଡଧାରୀଙ୍କୁ ଦ୍ୱିତୀୟ କିସ୍ତି, ଜାଣନ୍ତୁ ତାରିଖ

ନୁଆଦିଲ୍ଲୀ: ଦେଶରେ ଗରିବ ବର୍ଗର ଲୋକଙ୍କ ସହାୟତା କରିବା ପାଇଁ କେନ୍ଦ୍ର ସରକାର ଇ-ଶ୍ରମ କାର୍ଡ ପ୍ରଚଳନ କରିଛନ୍ତି । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଚାଲୁଥିବା ଇ-ଶ୍ରମ କାର୍ଡରେ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ସହ ଅନେକ ସୁବିଧା ମଧ୍ୟ ମିଳୁଛି । ଏହି ଯୋଜନାରେ ଶ୍ରମିକମାନଙ୍କୁ ପ୍ରଥମ କିସ୍ତି ମଧ୍ୟ ମିଳି ସାରିଛି । ଏବେ ଏହାର ଦ୍ୱିତୀୟ କିସ୍ତି ପାଇଁ ଲୋକେ ବହୁତ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।

ଇ-ଶ୍ରମକାର୍ଡରେ ସରକାରଙ୍କ ଦ୍ୱାରା ପ୍ରଥମ କିସ୍ତିର ଟଙ୍କା ବହୁ ପୁର୍ବରୁ ମିଳି ସାରଛି । ମିଡିଆ ରିପୋର୍ଟ ମୁତାବକ ଚଳିତ ମାସର ଶେଷ ସପ୍ତାହକୁ ଏହାର ଦ୍ୱିତୀୟ କିସ୍ତି ଆସିବାର ସମ୍ଭାବନା ରହିଛି । ତେବେ ଏହି ଟଙ୍କା ଆପଣଙ୍କ ଖାତାକୁ ଆସିଲା କି, ନାହିଁ, ଏହା ଜାଣିବା ବୁହତ୍ ସହଜ ।

ପ୍ରଥମେ ଏଥିରେ ରେଜିଷ୍ଟର ମୋଇବାଇଲ ନମ୍ବରରେ ମେସେଜ ଆସିଥାଏ । ଯେଉଁଥିରେ ଖାତାରେ ଟଙ୍କା ପହଞ୍ଚିବାର ସୂଚନା ପ୍ରଥମେ ମିଳିଥାଏ । ତେବେ ଯଦି କୌଣସି କାରଣ ବଶତଃ ଆପଣଙ୍କ ମୋବାଇଲକୁ ମେସେଜ ଅସେନାହିଁ, ତେବେ ଏଭଳି ସ୍ଥିତିରେ ବ୍ୟାଙ୍କ ଯାଇ ନିଜର ଖାତା ଯାଞ୍ଚ କରି ନିଅନ୍ତୁ । ଏହିପରି ଭାବରେ ମଧ୍ୟ ଜାଣିପାରିବେ ଆପଣଙ୍କ ଖାତାକୁ ଟଙ୍କା ଆସିଛି କିମ୍ବା ନାହିଁ । ଏହାବାଦ୍ ଆପଣ ନିକଟସ୍ଥ ଏଟିଏମକୁ ଯାଇ ନିଜର ଡେବିଟ୍ କାର୍ଡ ମାଧ୍ୟମରେ ଜାଣିପାରିବେ କି ଆପଣଙ୍କ ଖାତାକୁ ଟଙ୍କା ଆସିଛି କି ନାହିଁ ।

 

Get real time updates directly on you device, subscribe now.