ଗୀତାଞ୍ଜଳୀ ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ୍’କୁ ମିଳିଲା ବୁକର ପୁରସ୍କାର

ନୂଆଦିଲ୍ଲୀ: ଲେଖିକା ଗୀତାଞ୍ଜଳି ଶ୍ରୀଙ୍କ ଉପନ୍ୟାସ ‘ଟମ୍ବ ଅଫ୍ ସ୍ୟାଣ୍ଡ’କୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ମିଳିଛି । ଏହାକୁ ଡେଜି ରକବେଲ ଅନୁବାଦ କରିଛନ୍ତି । ଏହା ହିନ୍ଦୀ ଭାଷାର ପ୍ରଥମ କାଳ୍ପନିକ ଲେଖିନୀ ଭାବରେ ରହିଥଲା ଯାହା ଏହି ପ୍ରତିଷ୍ଠିତ ସାହିତ୍ୟ ପୁରସ୍କାର ରେସରେ ସାମିଲ ଥିଲା । ଏହା ବିଶ୍ୱର ସେହି ୧୩ ପୁସ୍ତକ ମଧ୍ୟରେ ସାମିଲ ରହିଥିଲା ଯାହାକୁ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ପାଇଁ ଲିଷ୍ଟରେ ସାମିଲ କରାଯାଇଥିଲା ।

‘ଟମ୍ବ ଅଫ୍ ସ୍ୟାଣ୍ଡ’ ସମ୍ମାନଜନକ ଅନ୍ତରାଷ୍ଟ୍ରୀୟ ବୁକର ପୁରସ୍କାର ଜିତିଥିବା ପ୍ରଥମ ଭାରତୀୟ ଭାଷା ପୁସ୍ତକ ହୋଇଛି । ଗୁରୁବାର ଲଣ୍ଡନରେ ଏକ ସମାରୋହ ରେ ଲେଖିକା ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଗୀତାଞ୍ଜଳୀ କହିଛନ୍ତି ଯେ ମୁଁ କେବେବି ଭାବିନଥିଲି ଏଭଳି କରିପାରିବି । ଏହା ବହୁତ ବଡ଼ କଥା, ମୁଁ ଚକିତ, ଖୁସି, ସମ୍ମାନିତ ଏବଂ ବିନମ୍ର ଅନୁଭବ କରୁଛି, ଏହି ପୁରସ୍କାର ମିଳିବା ଦ୍ୱାରା ଭିନ୍ନ ସନ୍ୁଷ୍ଟି ଅନୁଭବ ହେଉଛି । ସେ କହିଥିଲେ ‘ଟମ୍ବ ଅଫ୍ ସ୍ୟାଣ୍ଡ’ ସେହି ଦୁନିଆ ପାଇଁ ଏକ ଶୋକଗୀତ ଯେଉଁଥିରେ ଆମେ ରହୁଛି । ବୁକର ନିଶ୍ଚୟ ଏହାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବ ।

ଗୀତାଞ୍ଜଳୀ ଶ୍ରୀ ଉତ୍ତର ପ୍ରଦେଶ ମୈନପୁରୀ ସହ ଜଡ଼ିତ । ସେ ୩ଟି ଉପନ୍ୟାସ ଏବଂ ଅନେକ ପ୍ରବନ୍ଧ ଲେଖିସାରିଛନ୍ତି । ତାଙ୍କର ଲେଖା ଇଂରାଜୀ, ଫ୍ରେଞ୍ଚ, ଜର୍ମାନ, ସବିୟାନ ଏବଂ କୋରିଆନ ଭାଷାରେ ଅନୁବାଦ ହୋଇଛି । ତେବେ ଏହି ସମ୍ମାନ ଜନକ ବୁକର ପୁରସ୍କାର ଇଂରାଜୀରେ ଅନୁବାଦ ଏବଂ ବ୍ରିଟେନ କିମ୍ବା ଆୟରଲ୍ୟାଣ୍ଡ ରେ ପ୍ରକାଶିତ କୌଣସି ଗୋଟିଏ ପୁସ୍ତକକୁ ପ୍ରତିବର୍ଷ ଦିଆଯାଏ ।

Get real time updates directly on you device, subscribe now.