fbpx

ଆଇପିଏଲ୍-୧୫: ରାଜସ୍ଥାନ- ଗୁଜରାଟ ମଧ୍ୟରେ ଫାଇନାଲ୍‌ ମୁକାବିଲ, ଜାଣନ୍ତୁ କାହାର ପଲ୍ଲା ଭାରି, କିଏ ଜିତିବ ଟାଇଟଲ୍…

ଅହମଦାବାଦ : ରୟାଲ ଚାଲେଞ୍ଜର୍ସ ବାଙ୍ଗାଲେରକୁ ହରାଇ ପୂର୍ବତନ ଚାମ୍ପିଅନ ରାଜସ୍ଥାନ ରୟାଲ୍ସ ଚଳିତ ବର୍ଷର ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୨୯ ତାରିଖ ଦିନ ସ୍ଥାନୀୟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଫାଇନାଲ୍‌ ମୁକାବିଲା ଅନୁଷ୍ଠିତ ହେବ । ସୂଚନାଯୋଗ୍ୟ ଯେ ୨୦୦୮ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ଚାମ୍ପିୟନ୍‌ ହୋଇଥିବାବେଳେ ତା’ ପରଠାରୁ ଆଉ କେବେ ଏହି ଟାଇଟଲ ହାସଲ କରିାରିନାହିଁ । ତେବେ ଚଳିତବର୍ଷ ଆଇପିଏଲ୍‌ରେ ପ୍ରଥମଥର ପାଇଁ ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ କଡ଼ା ମୁକାବିଲା ହେବ ।

ଶୁକ୍ରବାର ଅନୁଷ୍ଠିତ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ।।ଲେଞ୍ଜର୍ସ ବାଙ୍ଗାଲୋର ୮ ୱିକେଟ୍‌ ହରାଇ ୧୫୭ ରନ୍‌ କରିଥିଲା । ପୂର୍ବ ମ୍ୟାଚ୍‌ରେ ଶତକ ହାସଲ କରିଥିବା ରଜତ ପଟ୍ଟିଦାର ଏହି ମ୍ୟାଚ୍‌ରେ ଦଳ ପକ୍ଷରୁ ସର୍ବାଧିକ ୫୮ ରନ୍‌ କରିଥିବାବେଳେ ଅଧିନାୟକ ଫାଫ ଡୁ’ପ୍ଲେସିସ୍‌ ୨୫ ଓ ଗ୍ଲେନ୍‌ ମାକ୍ସୱେଲ ୨୪ ରନ୍‌ର ଯୋଗଦାନ କରିଥିଲେ । ରାଜସ୍ଥାନ ରୟାଲ୍ସ ପକ୍ଷରୁ ପେସ୍‌ ବୋଲର ପ୍ରସିଦ୍ଧ କ୍ରିଷ୍ଣା ଓ କୋବେଦ ମ୍ୟାକ୍‌ୟ ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ । ଲକ୍ଷ୍ନୌ  ସୁପରଜେଣ୍ଟସ୍‌ ବିପକ୍ଷ ଏଲିମିନେଟର୍‌ ମ୍ୟାଚ୍‌ରେ ବାଙ୍ଗାଲୋର ୨୦୭ ରନ୍‌ କରିଥିବାବେଳେ ଏହି ମ୍ୟାଚ୍‌ରେ ପୂର୍ବ ସଫଳତା ଦୋହରାଇ ପାରିଲା ନାହିଁ । ବାଙ୍ଗାଲୋର୍‌ର ୧୫୭ ରନ୍‌ ଜବାବରେ ରାଜସ୍ଥାନ ରୟାଲ୍ସ ୩ ୱିକେଟ୍‌ ହରାଇ ୧୮.୧ ଓଭରରେ ୧୬୧ ରନ୍‌ କରି ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ରାଜସ୍ଥାନର ସବୁଠାରୁ ସଫଳ ବ୍ୟାଟର ଜୋସ୍‌ ବଟଲର୍‌ ୬୦ ବଲ୍‌ରୂ ଧୂଆଁଧାର ୧୦୬ରନ୍‌ (୧୦ ଚୌକା, ୬ ଛକ୍କା) କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ ।

ସୂଚନାଯୋଗ୍ୟ ଯେ ଜୋସ୍‌ ବଟଲର ଚଳିତ ଆଇପିଏଲ୍‌ରେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ଙ୍କ ଠାରୁ ସର୍ବାଧିକ ରନ୍‌ ସଂଗ୍ରହ କରି ଅରେଞ୍ଜ କପ୍‌ ପାଇବା ପାଇଁ ହକ୍‌ଦାର ହୋଇପାରିଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ପ୍ରଥମ ପଦାର୍ପଣରେ ଫାଇନାଲ୍‌ ଖେଳିବା ସୁଯୋଗ ହାତେଇଥିବାବେଳେ ୨୯ ତାରିଖ ଫାଇନାଲ୍‌ ମୁକାବିଲାରେ ଘରୋଇ ଦର୍ଶକଙ୍କ ବିୁଳ ସମର୍ଥନ ବଳରେ ଟାଇଟଲ୍‌ ହାସଲ କରିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.