fbpx

ବର୍ଷେ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍, ନଷ୍ଟ ହେଲା ଗରିବଙ୍କ ଚାଉଳ

ରାଞ୍ଚି: ଗତବର୍ଷ ଛତିଶଗଡରୁ ଚାଉଳ ନେଇ ଝାଡ଼ଖଣ୍ଡର ନୂଆ ଗିରିଡିହ ଷ୍ଟେଶନରେ ପହଞ୍ଚିବା ପାଇଁ ଏକ ମାଲ୍‌ବାହୀ ଟ୍ରେନ୍‌କୁ ବର୍ଷେ ଲାଗିଛି। ଏହାକୁ ନେଇ ରେଲୱେ ଅଧିକାରୀମାନେ ବିସ୍ମିତ ହୋଇଛନ୍ତି। ଗତବର୍ଷ ଚାଉଳ ବୋଝେଇ ଟ୍ରେନ୍‌ ଟି ଯାତ୍ରା ଆରମ୍ଭ ରକିଥିଲା। ୭୬୨ କି.ମି. ଅତିକ୍ରମ କରି ଏହା ନୂଆ ଗିରିଡିହ ଷ୍ଟେଶନ୍‌ରେ ଗୁରୁବାର ପହଞ୍ଚିଛି। ସରକାରୀ କଳର ଅବହେଳା ଯୋଗୁ ଗରିବଙ୍କୁ ଦିଆଯିବାକୁ ଥିବା ପ୍ରାୟ ୧୦୦୦ ଅଖା ଖାଦ୍ୟ ଶସ୍ୟ ଆସିଥିଲା, ଯେଉଁଥିରୁ ୨୦୦-୩୦୦ ଅଖା ନଷ୍ଟ ହୋଇଯାଇଛି।

ଷ୍ଟେଶନ୍‌ମାଷ୍ଟର ପଙ୍କଜ କୁମାର କହିଛନ୍ତି , ଏହି ଦାୟିତ୍ବରେ ଥିବା ରେଲୱେ ଅଧିକାରୀମାନେ ଆସନ୍ତା ୩୧ରେ ଆସିବା ପରେ ତଦନ୍ତ କରାଯିବ। ଇତିମଧ୍ୟରେ ମହେଶଲୁଣ୍ଡି ପଞ୍ଚାୟତର ନବନିର୍ବାଚିତ ସରପ ଶିବନାଥ ସାରେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Get real time updates directly on you device, subscribe now.