ଅହମ୍ମଦାବାଦ: ଆଇପିଏଲର ୧୫ତମ ସିଜନରେ ଟାଇଟଲ ହାସଲ କରିଛି ଗୁଜୁରାଟ ଟାଇଟନ୍ସ । ଟ୍ରଫି ଜିତିବା ପରଠୁ ଜାରି ରହିଛି ବିଜୟର ସେଲିବ୍ରେସନ । ଏହି ସମୟରେ ଆଜି ଏକ ଖୋଲା ବସରେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେବା ଉଦ୍ଦେଶ୍ୟରେ ସହର ବୁଲିଛନ୍ତି ଖେଳାଳି । ଷ୍ଟାର ଖେଲାଳିମାନଙ୍କୁ ଦେଖିବା ପାଇଁ ରାସ୍ତାରେ ମଧ୍ୟ ଜବରଦସ୍ତ ଭିଡ ଦେଖିବାକୁ ମିଳିଛି ।
View this post on Instagram
ପ୍ରଥମ ଥର ଲିଗରେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ହୋଇଛି ଆଇପିଏଲ ୨୦୨୨ର ଚମ୍ପିଆନ । ଟିମର ସଫଳତା ପରେ ଏକ ଖୋଲା ବସରେ ଖେଳାଳିମାନେ ରୋଡ ଶୋ’ କରିଛନ୍ତି । ଟ୍ରଫି ସହ ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ ଖାନ ଏବଂ ଦଳର ଅନେକ ସଦସ୍ୟ ରୋଡ ଶୋ’ରେ ଭାଗ ନେଇଛନ୍ତି । ରାସ୍ତାରେ ଯାଉତିବାର ଏକ ଭିଡିଓ ସୋଶିଆଲ ମିଡିଆରେ ଅପଲୋଡ କରିଛନ୍ତି ଗୁଜୁରାଟ ଦଳର ଉପଅଧିନାୟକ ତଥା ଅଫସ୍ପିନର ରାଶିଦ ଖାନ । ଏହି ଭିଡିଓରେ ସେ ଏବଂ ସାଥୀ ଖେଳାଳି ଟ୍ରପି ସହ ବସରେ ବିଜୟର ସେଲିବ୍ରେସନ କରୁଥିବା ଦେକିବାକୁ ମିଳିଛି । ଏହାସହ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଫାନ୍ସମାନେ ମଧ୍ୟ ଚିଅର କରୁଥିବାର ଭିଡିଓ ଶେୟାର କରିଛନ୍ତି ରାଶିଦ ଖାନ ।
‘ગુજરાત ટાઇટન્સ’ ટીમના ખેલાડીઓએ સોશિયલ કોઝ માટેની પ્રસંશનીય પહેલ કરતા ટીમના બધા જ ખેલાડીઓના હસ્તાક્ષર કરેલું ‘બેટ’ મુખ્યમંત્રીશ્રીને અર્પણ કર્યું હતું, જેની હરાજીમાંથી થનારી આવક રાજ્યની દીકરીઓના શિક્ષણ 'કન્યા કેળવણી' માટે વપરાશે. pic.twitter.com/ncn4BjECQI
— CMO Gujarat (@CMOGuj) May 30, 2022
କେବଳ ସେତିକି ନୁହେଁ, ଏହାପରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂବେନ୍ଦ୍ର ଭାଇ ପଟେଲ ମଧ୍ୟ ଖେଳାଳିମାନଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସମ୍ମାନିତ କରିଛନ୍ତି । ସମସ୍ତ ଖେଳାଳିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କ ଭବିଷ୍ୟତ ପାଇଁ ସାଧୁବାଦ ଜଣାଇଛନ୍ତି ।