fbpx

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିପାତ, ଜବତ ହେଲା ଏକେ-୪୭

ଜମ୍ମୁ-କଶ୍ମୀରର ଅବନ୍ତିପୁରାରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ । ପୋଲିସ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିପାତ । ଏହା ସହ ଆତଙ୍କବାଦୀଙ୍କଠାରୁ ହତିଆର ମଧ୍ୟ ଜବତ ହୋଇଛି । ପୋଲିସର ସୂଚନା ଅନୂଯାୟୀ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଯାହାର ଉଚିତ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଆଉ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଜମ୍ମୁ-କାଶ୍ମୀର ଆଇଜି କହିଛନ୍ତି, ଆତଙ୍କବାଦୀଙ୍କ ଠାରୁ ୨ ଟି ଏକେ-୪୭ ଜବତ ହୋଇଛି ।

ଏହା ପୂର୍ବରୁ କଠୁଆରେ ସୁରକ୍ଷାକର୍ମୀ ବର୍ଡରେ ନିକଟରେ ଆସିଥିବା ଏକ ଡ୍ରୋନକୁ ମାରି ଖସାଇଥିଲେ । ଏହି ଡ୍ରୋନ ଦ୍ୱାରା ୭ ଗ୍ରେନେଡ ଏବଂ ବମ୍ ଅଣାଯାଉଥିଲା । ସେହିଭଳି ଗତ ଗୁରୁବାର ସୁରକ୍ଷାକର୍ମୀ କୁପୱାଡ଼ାରେ ଅନୁପ୍ରବେଶ କରୁଥିବା ୩ ଆତଙ୍କୀ ନିପାତ କରିଥିଲେ । ଏହି ତିନି ଜଣ ଲସ୍କର ଏ ତୋଇବାର ଥିଲେ ।

Get real time updates directly on you device, subscribe now.