fbpx

(Video) ବିବାହର ଗୋଟିଏ ମାସ ପରେ ମିଳିଲା ନବବଧୂର ଝୁଲନ୍ତା ମୃତଦେହ, ହତ୍ୟା ଅଭିଯୋଗ ପରେ ଗିରଫ ହେଲେ ସ୍ୱାମୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଥାନା ବାରଣ୍ଡାରେ ଗଳା ଫଟାଇ କାନ୍ଦୁଛି ମାଆ । ଆଖିରୁ ଝରିଯାଉଛି ଧାରଧାର ଳୁହ । ଝିଅକୁ ନ୍ୟାୟ ଦେବା ପାଇଁ କରୁଛି ଦାବିି । ଆଉ କୋହଭରା କଣ୍ଟରେ କହୁଛି ମୋ ଝିଅକୁ ମତେ ଫେରାଇଦିଅ । ସେ ଜଲ୍ଲାଦ ସ୍ୱାମୀ ତାକୁ ହତ୍ୟା କରିଛି । ଯୌତୁକ ସତ୍ୟବାନ ପାଲଟିଛି ସଇତାନ । ଖଣ୍ଡଗିରି ଥାନା ସରକନ୍ତରା ଅଞ୍ଚଳରେ ଘଟିଥିବା ନବବଧୂ ପ୍ରଭାବତୀ ନାୟକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ଲାଗିରିହିଛି ।

ବିବାହର ଏକ ମାସ ଭିତରେ ନବବଧୂଙ୍କୁ ଯୌତୁକ ପାଇଁ ନିର୍ଯାତନ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଚଉଠି ରାତି ଠାରୁ ସ୍ୱାମୀ ପ୍ରକାଶ ଖୁଣ୍ଟିଆ ସ୍ତ୍ରୀ ପ୍ରଭାବତୀଙ୍କୁ ନିର୍ଯାତନା ଦେଉଥିବା କହିଛନ୍ତି ପ୍ରଭାବତୀଙ୍କ ମାଆ । ଯାହାକୁ ନେଇ ବିଭିନ୍ନ ସମୟରେ ମାଆଙ୍କୁ ଫୋନ କରି ନେଇଯିବା ପାଇଁ କହିଥିଲେ ପ୍ରଭାବତୀ । ଏମିତିକି ଗତ ୨୮ ତାରିଖ ଦିନ ପ୍ରଭାବତୀ ବାପାଙ୍କୁ ଫୋନ କରି ସ୍ୱାମୀଙ୍କ ଅତ୍ୟାଚାର ସଂପର୍କରେ ଜଣାଇଥିଲେ । ତେବେ ଗତ ରବିବାର ଦିନ ୨.୧୫ ମିନିଟରେ ଜ୍ୱାଇଁ ପ୍ରକାଶ ପ୍ରଭାବତୀଙ୍କ ମାଆଙ୍କୁ ଫୋନ କରି ଝିଅକୁ ମାଡ଼ ମାରିଥିବା କଥା କହିଥିଲେ । ଏମିତି କି ତୁରନ୍ତ ଆସି ଝିଅକୁ ନେଇ ଯାଆନ୍ତୁ ବୋଲି ପ୍ରଭାବତୀଙ୍କ ମାଆଙ୍କୁ କହିଥିଲେ ପ୍ରକାଶ । ଆଉ ତା’ର କିଛି ଘଣ୍ଟା ପରେ ଅର୍ଥାତ ଅପରାହ୍ଣ ୫.୩୦ ମିନିଟରେ ପ୍ରଭାବତୀଙ୍କ ମୃ୍ତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଥିଲା । ତେବେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବ କହିଛନ୍ତି ପ୍ରଭାବତୀଙ୍କ ବାପା-ମାଆ ।

ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ପ୍ରଭାବତୀ ନାୟକ । ଏମବିଏ ପାସ କରି ଚାକିରି କଲା ପରେ ମାଟ୍ରିମୋନିଆଲ ସାଇଟରେ ସରକନ୍ତରା ଅଞ୍ଚଳର ସଫ୍ଟୱୋୟାର ଇଞ୍ଜିନିୟର ପ୍ରକାଶ ଖୁଣ୍ଟିଆକୁ ଗତ ଏପ୍ରିଲ ମାସ ୩୦ ତାରିଖ ବିବାହ କରିଥିଲେ । ହେଲେ ବିବାହର ଠିକ ଏକ ମାସ ଭିତରେ ନବବଧୂଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଦାୟର ହେବା ପରେ ପୋଲିସ ପ୍ରକାଶଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.