ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟ୍ରିକ ରେଜଲ୍ଟକୁ ଚାତକ ଭଳି ଅନାଇ ବସିଛନ୍ତି ଛାତ୍ରଛାତ୍ରୀ । ସମୟକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଚଳିତ ଜୁନ୍ ଶେଷ ସପ୍ତାହରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।
ମନ୍ତ୍ରୀଙ୍କ କହିବା ଅନୁସାରେ, ‘ମାଟ୍ରିକ ଖାତା ଦେଖା ଶେଷ ହୋଇଛି । ରେଜଲ୍ଟ ନେଇ ପ୍ରକ୍ରିୟା ଚାଲିଛି ।’ ତେବେ ଚଳିତ ବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି । ଅଫଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ମାଟ୍ରିକ୍ ପରୀକ୍ଷା ଏପ୍ରିଲ ୨୯ରୁ ମେ’ ୬ ତାରିଖ ଯାଏ ଚାଲିଥିଲା ।