fbpx

ସେନା ପ୍ରସ୍ତୁତ ଅଛି, ଶୁଭ ମୁହୂର୍ତ୍ତ ଆସିଲେ ପାକିସ୍ତାନ ବି ଆମର ହେବ: ବିଜେପି ସାଂସଦ

ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଗୋଟିଏ ପଟେ ବିହାରରେ ଜାତୀୟ ଜନଗଣନାକୁ ନେଇ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଅନ୍ୟପଟେ ସେ ପାକିସ୍ତାନକୁ ନେଇ ବଡ଼ ଦାବି କରିଛନ୍ତି ।

ପ୍ରକୃତରେ ରାକେଶ ସିହ୍ନା ମୋଦୀ ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅପସରରେ ଲଖୀସରାୟରେ ପ୍ରେସ୍ କନ୍ଫରେନ୍ସିଂରେ ସମ୍ବୋନ୍ଧନ ଦେବା ଅବସରରେ କାଶ୍ମୀରୀ ପଣ୍ଡିତଙ୍କୁ ଟାର୍ଗେଟ କିଲିଂକୁ ନେଇ ପ୍ରତିକ୍ରିୟା ରଖିବା ସହ କହିଥିଲେ ଯେ ସେଠାରୁ କେହି ପଳାୟନ କରୁନାହାନ୍ତି, ଆମ ସରକାର କାଶ୍ମୀର ସ୍ଥିତିକୁ ବଦଳାଇଛନ୍ତି ।

ଆତଙ୍କୀଙ୍କ ଦ୍ୱାରା କାଶ୍ମୀରୀ ପଣ୍ଡିତଙ୍କୁ ହତ୍ୟାକୁ ନେଇ ସେ କହିଛନ୍ତି ଯେ ପାକ୍ିସ୍ତାନର ଏଭଳି ହୀତନ କାର୍ଯ୍ୟରେ ଭାରତ ଡରିବ ନାହିଁ । ଆତଙ୍କବାଦୀଙ୍କ ଯେଉଁ ଶେଷ ଅବଶେଷ ବଞ୍ଚିଛି ସେମାନେ ଲଢ଼େଇ କରଛନ୍ତି, ଆମ ସେନା ପ୍ରସ୍ତୁତ ଅଛି ଯେଉଁ ଦିନ ଶୁଭ ମୁହୂର୍ତ୍ତ ଆସିବ ସେହି ଦିନ କାଶ୍ମୀର ସହ ପାକିସ୍ତାନ ମଧ୍ୟ ଆମର ହେବ । ସେହିଭଳି ସାଂସଦ ରାକେଶ ସିହ୍ନା ରାହୁଲ ଗାନ୍ଧୀଙ୍କୁ ଟାର୍ଗଟ କରି କହିଛନ୍ତି ଯେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ ରାହୁଲ ଗାନ୍ଧୀ ଆତଙ୍କବାଦୀଙ୍କ ଗୁଣଗାନରେ ଲାଗିଛନ୍ତି ।

Get real time updates directly on you device, subscribe now.