fbpx

ଅଜବ ନିଶା ଏ ବ୍ୟକ୍ତିଙ୍କର: ୪୦ ବର୍ଷ ହେବ ଖାଉଛନ୍ତି ବାଲି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଖାଇଥାଏ । ଆହୁରି ମଧ୍ୟ ଅନେକ ଲୋକ ସୁଖାଦ୍ୟ ଖାଇବାକୁ ମଧ୍ୟ ବେଶ୍ ପସନ୍ଦ କରନ୍ତି । ଆପଣ ଟିଭି ତଥା ମୋବାଇଲରେ ବିଭିନ୍ନ ପ୍ରକାରର ସୁଖାଦ୍ୟ ଖାଉଥିବାର ଲୋକଙ୍କୁ ଦେଖୁଥିବେ । କିନ୍ତୁ କ’ଣ ଆପଣ କେହି ଲୋକ ବାଲି ମଧ୍ୟ ଖାଇ ବଞ୍ଚୁଛନ୍ତି ।

କଥାଟା ବିଶ୍ୱାସ ହେଉନଥିେଲେ ବି ସତ । ଆଜି ଆମେ ଆପଣଙ୍କୁ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ପ୍ରତିଦିନ ବାଲି ଖାଉଛନ୍ତି । ସତେ ଯେପରି ଏହା କେଉଁ ଖାଇବା ଜିନିଷ । ବାଲିଖାଇବା ତାଙ୍କ ପାଇଁ ପାଲଟିଛି ଏକ ଅଭ୍ୟାସ । ଯାହାକୁ ନଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ ।

ଆମେ କହୁଛୁ  ୬୮ ବର୍ଷୀୟ ହରିଲାଲଙ୍କ କଥା ହରିଲାଲ ପ୍ରତିଦିନି ମୁଠା ମୁଠା ବାଲି ଅତି ଆରାମରେ ଖାଇପାରିନ୍ତି । ଦୀର୍ଘ ୩୫ ରୁ ୪୦ ବର୍ଷ ଧରି ଦୈନିକ ଏଭଳି ଭାବରେ ବାଲି ଖାଉଛନ୍ତି । ଉତ୍ତରପ୍ରଦେଶର ଅରଙ୍ଗାପୁର ଅଞ୍ଚଳର ହରିଲାଲ ସକ୍ସେନା ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଳକର ଲଉଡିଗା ପଞ୍ଚାୟତର କିର୍ତ୍ତିପୁର ଗ୍ରାମରେ ଏକ କିଆଫୁଲ ଅତର ଭାଟିରେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି । ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଅନ୍ୟମାନେ  ଯେପରି ବିଭିନ୍ନ ପ୍ରକାର ମଶଲା ଖାଆନ୍ତି ହରିଲାଲ କିନ୍ତୁ ଦୈନିକ ମୁଠା ମୁଠା ବାଲି ଖାଇଥାନ୍ତି । ଆଉ ଏଥିରେ ତାଙ୍କୁ ଖୁସି ମିଳେ ।

ହେଲେ ନିଜେ ହରିଲାଲ ଦୈନିକ ବାଲି ଖାଉଥିବା ନେଇ କହିଛନ୍ତି ଯେ ଏହା ତାଙ୍କର ଅଭ୍ୟାସ ଏବଂ ବାଲି ନଖାଇଲେ ତାଙ୍କର କୌଣସି ଖାଦ୍ୟ ହଜମ ହୁଏନି । ତେଣୁ ସେ ବାଲି ଖାଉଛନ୍ତି, ଯାହା ତାଙ୍କୁ ଖୁବ୍ ପସନ୍ଦ ।

Get real time updates directly on you device, subscribe now.