fbpx

ବଢ଼ୁଛି ବୋରିସଙ୍କ ପାଇଁ ଅଡ଼ୁଆ, ହାତରୁ ଯାଇପାରେ ପ୍ରଧାନମନ୍ତ୍ରୀ ପଦ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ହାତରୁ ପ୍ରଧାନମନ୍ତ୍ରୀ ପଦ ଯିବା ନେଇ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ଏବେ ସେ ପ୍ରଧାନମନ୍ତ୍ରୀ ପଦରେ ରହିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ସୂଚନା ଅନୂଯାୟୀ ଶାସକ କଞ୍ଜର୍ଭେଟିଭ୍ ପାର୍ଟୀ ତଥା ବୋରିସଙ୍କ ନିଜ ଦଳର ୪୦ ରୁ ଅଧିକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏମିତିରେ ପିଏମ ବୋରିସ ସୋମବାର ବିଶ୍ୱାସ ଭୋଟର ସାମ୍ନା କରିବାକୁ ହେବ ।

ପ୍ରକୃତରେ ବୋରିସଙ୍କ ଉପରେ ଅଭିଯୋଗ ରହିଛି ଯେ ସେ କରୋନା ସମୟରେ କରୋନାକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନ ମଧ୍ୟରେ ୧୯ଜୁନ୍ ୨୦୨୦ ରେ ନିଜର ୫୬ ତମ ଜନ୍ମଦିନ ପାଳି କରିଥିଲେ ।  ଡାଉନିଙ୍ଗ ଷ୍ଟ୍ରିଟରେ ଜନସନଙ୍କ ପତ୍ନୀ ଏକ ପାର୍ଟୀର ଆୟୋଜନ କରିଥିଲେ ଏବଂ କାର୍ଯ୍ୟକ୍ରମରେ ୩୦ ଲୋକ ସାମିଲ ହୋଇଥିଲେ । କିନ୍ତୁ ସେ ସମୟରେ କରୋନା ଲକଡାଉନ ଲାଗିଥିଲା ଏବଂ କାର୍ଯ୍ୟକ୍ରମରେ ଦୁଇରୁ ଅଧିକ ଲୋକ ସାମିଲ ହେବାର ଅନୁମତି ନଥିଲା । ଏହି ପୂରା ବିବାଦକୁ ପାର୍ଟୀଗେଟ୍ ଘୋଟାଲା ନାମ ଦିଆଯାଇଥିଲା ।

ଏହାପରେ ବୋରିସ ଏବଂ ତାଙ୍କ ପତ୍ନୀଙ୍କ  ଉପରେ ଜୋରିମାନା ଲାଗିଥିଲା । ଜନସନ ପ୍ରଥମେ କହିଥିଲେ ଯେ ଡାଉନିଙ୍ଗ ଷ୍ଟ୍ରିଟରେ ସରକାରୀ ନିୟମ ପାଳନ ହୋଇଥିଲା । ଏହା ପୂର୍ବରୁ ବୋରିସ ଜନସନଙ୍କ ପତ୍ନୀ କହିଥିଲେ ଯେ ସେ ଜରିମାନା ଦେଇଛନ୍ତି ଏବଂ କ୍ଷମା ମଧ୍ୟ ମାଗିଛନ୍ତି । କିନ୍ତୁ ଏହାପରେ ବି ତାଙ୍କ ପଦବୀ ବିପଦରେ ରହିଛି । ଆଉ ବୋରିସଙ୍କ ଇସ୍ତଫା ନେଇ ଲଗାତାର ଦାବି ହୋଇଆସୁଛି ।

ଏହାରି ମଧ୍ୟରେ ୱେକଫିଲ୍ଡରେ ଆଗାମୀ ୨୩ ଜୁନ୍ କୁ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ଏକ ସର୍ଭେ ସାମ୍ନାକୁ ଆସିଛି । ଯେଉଁଥିରେ ପାର୍ଟୀଗେଟ ସ୍କାମ ଯୋଗୁଁ କନ୍ଜର୍ଭେଟିଭ୍ ପାର୍ଟୀ ପ୍ରାୟ ୨୦ ପ୍ରତିଶତ ବ୍ୟବଧାନରେ ନିର୍ବାଚନ ହାରିପାରେ ବୋଲି ଦର୍ଶାଯାଇଛି । କୁହାଯାଉଛି ଉପନିର୍ବାଚନରେ ଲେବର ପାର୍ଟୀକୁ ବିପୁଳ ଜନସମର୍ଥନ ମିଳିପାରେ । ଏମିତିରେ ଏହି ସର୍ଭେ ବୋରିସଙ୍କ ଇସ୍ତଫା ଦାବିକୁ ଆହୁରି ମଜବୁତ କରିପାରେ ।

Get real time updates directly on you device, subscribe now.