fbpx

ଇତିହାସରେ ପ୍ରଥମ: ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନ୍ସର ରୋଗ

ଔଷଧରେ ଭଲ ହୋଇଛି ମାରାତ୍ମକ କ୍ୟାନ୍ସର । କଥାଟି ବିଶ୍ୱାସଯୋଗ୍ୟ ନହେଲେ ବି ସତ । ଔଷଧ ଦ୍ୱାରା ରେକ୍ଟାଲ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା କରାଯାଇଛି । ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ ଲୋକ କ୍ୟାନ୍ସରରୁ ମୁକ୍ତି ପାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ତେବେ ଟ୍ରାଏଲରେ ସମସ୍ତୁ ୬ ମାସ ଧରି ‘ଡୋଷ୍ଟାରଲିମ୍ୟାବ’ ନାମକ ଔଷଧ ଦିଆଯାଇଥିଲା । ୬ ମାସ ଔଷଧ ସେବନ ପରେ ସେମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଛନ୍ତି । ୬ ମାସ ପରେ ସମସ୍ତ ରୋଗୀଙ୍କର ଏଣ୍ଡୋସ୍କୋପି, ପିଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରେ ରୋଗୀଙ୍କ ଶରୀରରୁ ଚିହ୍ନବର୍ଣ୍ଣ ମିଳିନାହିଁ ।

ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି ଭାବେ କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁ ଏହି ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । କ୍ୟାନ୍ସର ଚିକିତ୍ସା ଇତିହାସରେ ଏହା ପ୍ରଥମ ଘଟଣା ବୋଲି ଡକ୍ଟର ଲୁଇସ୍ କହିଛନ୍ତି । ସାଧାରଣତଃ କ୍ୟାନ୍ସର ରୋଗୀଙ୍କୁ କଠିନ ଚିକିତ୍ସାର ସାମ୍ନା କରିବାକୁ ପଡିଥାଏ, ଯେଉଁଥିରେ ଅସ୍ତ୍ରପଚାର, କେମୋ ଥେରାପି ଓ ବିକିରଣ ଭଳି ପଦ୍ଧତି ରହିଛି ।

Get real time updates directly on you device, subscribe now.