fbpx

YouTubeରେ Ad ବିନା ଭିଡିଓ ଦେଖିବାକୁ ଚାହୁଁଛନ୍ତି କି ? ଟଙ୍କା ଖର୍ଚ୍ଚ ନକରି କରନ୍ତୁ ଏହି କାମ

ନୂଆଦିଲ୍ଲୀ: Xiaomi India ଏବେ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କୁ ଭାରତରେ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ଦେଉଛି । ଯଦି ଆପଣଙ୍କର ଏକ Xiaomi ସ୍ମାର୍ଟଫୋନ୍ ଅଛି, ତେବେ କମ୍ପାନୀ ତିନିମାସ ପାଇଁ ମାଗଣା ପ୍ରିମିୟମ୍ ସଦସ୍ୟତା ପ୍ରଦାନ କରୁଛି । ଯଦି ଆପଣ ଗୁଗୁଲ୍ ଆକାଉଣ୍ଟରେ ଏକ ମାଗଣା ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ପ୍ରାପ୍ତ କରିସାରିଛନ୍ତି, ତେବେ ଆପଣ ଏହି ଅଫରକୁ ଆଉ ଉପଭୋଗ କରିପାରିବେ ନାହିଁ । ଆସନ୍ତୁ ଜାଣିବା କିପରି Xiaomi / Redmi ସ୍ମାର୍ଟଫୋନରେ ମାଗଣା ସବସ୍କ୍ରିପସନ୍ ପାଇବେ …

ମାଗଣାରେ YouTube ପ୍ରିମିୟମ୍ ସବସ୍କ୍ରିପସନ୍ ପାଇବେ କିପରି ?

ମାଗଣା YouTube ପ୍ରିମିୟମ୍ ସବସ୍କ୍ରିପସନ୍ ପାଇବାକୁ ଆପଣଙ୍କର Xiaomi / Redmi ଡିଭାଇସରେ YouTubeର ନୂଆ ସଂସ୍କରଣ ଡାଉନଲୋଡ୍ ଏବଂ ଇନଷ୍ଟଲ କରିବାକୁ ସୁନିଶ୍ଚିତ କରନ୍ତୁ । ଏହି ଅଫର ୬ ଜୁନ୍ ୨୦୨୨ ରୁ ବୈଧ ଅଟେ ଏବଂ ୩୧ ଜାନୁୟାରୀ ୨୦୨୩ ପର୍ୟ୍ୟନ୍ତ ଉପଲବ୍ଧ ରହିବ । ଏହି ଅଫର ପାଇବାକୁ, ଢସବକ୍ଟଜ୍ଞସ ସ୍ମାର୍ଟଫୋନ୍ ଫେବୃଆରୀ ୧, ୨୦୨୨ ରେ କିମ୍ବା ପରେ ସକ୍ରିୟ ହେବା ଆବଶ୍ୟକ ।

ଯେଉଁ ଉପଭୋକ୍ତାମାନଙ୍କ ପାଖରେ Xiaomi 12 Pro, Xiaomi 11i, Xiaomi 11i Hypercharge ଏବଂ Xiaomi 11T Pro ଫୋନ ଅଛି, ସେମାନେ ତିନିମାସ ପାଇଁ ଏକ ୟୁଟ୍ୟୁବ୍ ପ୍ରିମିୟମ୍ ସଦସ୍ୟତା ପାଇପାରିବେ । ଏହା ସହ ଯେଉଁମାନଙ୍କ ପାଖରେ Xiaomi Pad 5, Redmi Note 11 Pro +, Redmi Note 11 Pro, Redmi Note 11, Redmi Note 11T, କିମ୍ବା Redmi Note 11S ଫୋନ ଅଛି, ସେମାନେ ଦୁଇ ମାସର ୟୁଟ୍ୟୁବ୍ ପ୍ରିମିୟମ୍ ସଦସ୍ୟତା ପାଇଁ ଯୋଗ୍ୟ ପାତ୍ର ।

ଏହି ଅଫର ଦାବି କରିବାକୁ ପାଇଁ YouTube ପ୍ରିମିୟମ୍ ସାଇନ୍ ଅପ୍ ପ୍ରକ୍ରିୟା ସମୟରେ କାହା ପାଖରେ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଥିବା ଆବଶ୍ୟକ । ଥରେ ୟୁଟ୍ୟୁବ୍ ପ୍ରିମିୟମ୍ ସକ୍ରିୟ ହେବା ପରେ ଉପଭୋକ୍ତାମାନେ ସେମାନଙ୍କର ୟୁଟ୍ୟୁବ୍ ପ୍ରିମିୟମ୍ ସବସ୍କ୍ରିପସନ୍ ମାଗଣାରେ ବାତିଲ୍ କରିବାକୁ ଶେଷ ଦିନ ପୂର୍ବରୁ ଏହାକୁ ନିଷ୍କ୍ରିୟ କରିପାରିବେ ।

Get real time updates directly on you device, subscribe now.