fbpx

ପୁଣି ମାଡୁଛି କରୋନା : ୨୪ଘଣ୍ଟାରେ ଚିହ୍ନଟ ହେଲା ୫୦୦୦ରୁ ଅଧିକ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀକୁ ନେଇ ପୁଣିଥରେ ଚିନ୍ତା ବଢିଛି । ଦେଶରେ ଗତ ୨୪ଘଣ୍ଟାରେ ୫୨୨୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେହିପରି ଗତକାଲି ତୁଳନାରେ ଏହା ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ସହ କରୋନାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ୨୮,୮୫୭ ସକ୍ରିୟ ମାମଲା ଥିବାବେଳେ ଗତ ୨୪ ଘଣ୍ଟାରେ ୧୮୮୧ ସକ୍ରିୟ ମାମଲା ବୃଦ୍ଧି ପାଇଛି । ମହାରାଷ୍ଟରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଦେଖିବାକୁ ମିଳିଛି । ସେହିପରି କେରଳରେ ୧୪୯୪, ଦିଲ୍ଲୀରେ ୪୫୦, କର୍ଣ୍ଣାଟକରେ ୩୪୮ ଏବଂ ହରିୟାଣାରେ ୨୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ହିଁ କେବଳ ୩୫.୯୪ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଦେଶରେ କରୋନା ମହାମାରୀରେ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଭାରତର ଦୁଇ ରାଜ୍ୟ ମହାରାଷ୍ଟ୍ର ଓ କେରଳରେ କରୋନା ମହାମାରୀର ମାମଲା ହଠାତ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ କେରଳରେ ୧୩୮୩ ମାମଲା ଦେଖା ଦେଇଥିବା ବେଳେ ମହାରାଷ୍ଟ୍ରରେ ୧୦୩୬ଟି ମାମଲା ସାମ୍ନାକୁ ଆସିଛି । ମୋଟ ୬୦ ପ୍ରତିଶତ ଆକ୍ରାନ୍ତ କେବଳ ଏହି ଦୁଇ ରାଜ୍ୟରୁ ହିଁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.