fbpx

ଏବେ ପରସ୍ପରର ସାମରିକ ପ୍ରତିଷ୍ଠାନ ବ୍ୟବହାର କରି ପାରିବେ ଭାରତ ଏବଂ ଭିଏତନାମ

ନୂଆଦିଲ୍ଲୀ: ଭାରତ ଏବଂ ଭିଏତନାମ ଦୁଇ ଦେଶର ସେନା ପରସ୍ପରର ସାମରିକ ପ୍ରତିଷ୍ଠାନ ବ୍ୟବହାର କରି ପାରିବେ। ଏ ନେଇ ଦୁଇ ଦେଶ ରାଜିନାମା ସ୍ଵାକ୍ଷର କରିଛନ୍ତି। ଏହା ଅନୁଯାୟୀ, ୨୦୨୦ ଜୁନ ୮ ପର‌୍ୟ୍ୟନ୍ତ ପ୍ରତିରକ୍ଷା ସଂପର୍କକୁ ଆହୁରି ସୁଦୃଢ ଏବଂ ବ୍ୟାପକ କରିବା ପାଇଁ ଯୁଦ୍ଧାସ୍ତ୍ର ଉପକରଣ ମରାମତି ଏବଂ ଆଦାନ ପ୍ରଦାନ ପାଇଁ ପରସ୍ପରର ସୈନ୍ୟ ପ୍ରତିଷ୍ଠାନ ବ୍ୟବହାର କରି ପାରିବେ।

ଭିଏତନାମ ପ୍ରଥମ ଥର କୌଣସି ଦେଶ ସହିତ ସୈନ୍ୟ ଉପକରଣକୁ ନେଇ ରାଜିନାମାରେ ସ୍ଵାକ୍ଷର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭିଏତନାମର ପ୍ରତିପକ୍ଷ ଜେନେରାଲ ଫୋନ ଓ୍ଵାନ ଗିୟାଙ୍ଗ ଚୁକ୍ତିନାମା ଉପରେ ଦସ୍ତଖତ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଏହାର ସୂଚନା ଦେଇଛନ୍ତି।

ରାଜନାଥ ସିଂହ କହିଛନ୍ତି, ଦୁଇ ଦେଶ ଦ୍ଵିପାକ୍ଷିକ ପ୍ରତିରକ୍ଷା ସମ୍ବନ୍ଧକୁ ମଜବୁତ କରିବା ସହ ଆଞ୍ଚଳିକ ପ୍ରସଙ୍ଗକୁ ବଢାଇବା ପାଇଁ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ବିଚାର ବିମର୍ଶ ପରେ ଉଭୟ ଦେଶ ପ୍ରତିରକ୍ଷା ଭାଗିଦାରୀ ଉପରେ ପ୍ରସ୍ତୁତ ରାଜିନାମାରେ ସ୍ଵାକ୍ଷର କରିଛନ୍ତି। ଏଥିରେ ଦୁଇ ଦେଶର ସେନାକୁ ବୈଶ୍ଵିକ ରଣନୀତି ପ୍ରସ୍ତୁତିରେ ବେଶ ସହାୟକ ହେବ।

ବିଶେଷଜ୍ଞଙ୍କ ମତରେ ଦକ୍ଷିଣ ଚୀନ ସାଗରରେ ଚୀନର ବଢୁଥିବା ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ଭାରତ ଏବଂ ଭିଏତନାମ ସୁରକ୍ଷା ସଂପର୍କକୁ ସୁଦୃଢ କରିବା ପାଇଁ ଭିଜନ ଡକ୍ୟୁମେଣ୍ଟ ଉପରେ ସ୍ଵାକ୍ଷର କରିଛନ୍ତି। ଭାରତ ଦ୍ଵାରା ଭିଏତନାମକୁ ଦିଆଯାଇଥିବା ୫୦୦ ଲିମିୟନ ଡଲାରର ପ୍ରତିରକ୍ଷା ଋଣକୁ ଶୀଘ୍ର ଅନ୍ତିମ ରୂପ ଦିଆଯିବା ଉପରେ ସହମତି ପ୍ରକାଶ ପାଇଛି।

Get real time updates directly on you device, subscribe now.