fbpx

ପେଟ୍ରୋଲରେ ମିଶୁଛି ପାଣି: ଆପଣ ବି ହୋଇପାରନ୍ତି ଏମିତି ଠକାମିର ଶିକାର

ରାଜସ୍ଥାନ: ପେଟ୍ରୋଲରେ ପାଣି ମିଶାଇ କିଛି କମ୍ପାନୀ ଲୋକଙ୍କୁ ଠକୁଥିବା ଲୋକ ଦାବି କରିଛନ୍ତି । ପେଟ୍ରୋଲରେ ମିଶ୍ରଣ ହେଉଥିବା ମାମଲା ଏବେ ସାମନାକୁ ଆସିଛି । ରାଜସ୍ଥାନ ମଲାରନା ଅୟଲ ଷ୍ଟେସନରେ ଏଚପି କମ୍ପାନୀ ପେଟ୍ରୋଲ ପମ୍ପରେ ପେଟ୍ରୋଲ ସହିତ ପାଣି ମିଶାଯାଉଥିବା ଅଭିଯୋଗ ହୋଇଛି । କେବଳ ଅଭିଯୋଗ ନୁହେଁ ଏହାର ଏକ ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ଜଣେ ବାଇକ ଚାଳକ ତାଙ୍କ ଗାଡି ପାଇଁ ଏକ ବୋତଲରେ ତେଲ ଆଣିଥିଲେ । ଯେଉଁଥିରୁ ମାମଲାର ସମସ୍ତ ତଥ୍ୟ ସାମନାକୁ ଆସିଥିଲା । ପେଟ୍ରୋଲ ପମ୍ପ ସଞ୍ଚାଳକ କିପରି ଭାବେ ମିଶ୍ରଣ କରୁଛନ୍ତି ଏହାର ପର୍ଦ୍ଦାଫାଶ ହୋଇଛି । ଦୁଇଟି ବୋତଲରେ ନେଇଥିବା ପେଟ୍ରୋଲରେ ପାଣିର ପରିମାଣ ଅଧିକ ଥିବା ଦେଖାଯାଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।

ତେବେ ଏ ମାମଲା ଏହି ଅଞ୍ଚଳରେ ପ୍ରଥମ ନୁହେଁ । ପୂର୍ବରୁ ଅନେକ ଥର ପେଟ୍ରୋଲରେ ମିଶ୍ରଣ ହେଉଥିବା ଅଭିଯୋଗ ହୋଇ ଆସୁଛି । କିନ୍ତୁ ପ୍ରଶାସନ ସବୁ ଜାଣି ବି ନୀରବଦ୍ରଷ୍ଟା ସାଜିଛି । ପ୍ରଶାସନର ଢିଲାପଣ ଯୋଗୁଁ ଏଠାରେ ବେଲଗାମ ବଢି ଚାଲିଛଇ ପେଟ୍ରୋଲରେ ପାଣି ମିଶା କାର୍ଯ୍ୟକ୍ରମ । ଏମିତି କି ପେଟ୍ରୋଲ ପମ୍ପ ସଞ୍ଚାଳକ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ଟାଙ୍କି ଯାଞ୍ଚ କରାଇବା ପାଇଁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି କହିଛି ।

Get real time updates directly on you device, subscribe now.