fbpx

କିଏ ହେବ ସିଂହୀ ହୃଦୟର ରାଜା ? ମନ ଜିତିବାକୁ ଲଢିଲେ ଦୁଇ ସିଂହ

ନୂଆଦିଲ୍ଲୀ: ପ୍ରେମ ପାଇଁ ମହାଭାରତ । ପ୍ରେମକୁ ପାଇବା ପାଇଁ କେବେ ପରିବାର ତ କେବେ ସାଙ୍ଗସାଥୀ ତ ଆଉ କେବେ କାହା ସହିତ ବି ଲଢିବାକୁ ପଡେ । ଆଉ ଜଣେ ପ୍ରକୃତ ପ୍ରେମୀ ନିଜ ପ୍ରେମକୁ ଏତେ ସହଜରେ ହାର ମାନିବନି । ତେବେ ଏ ତ ଥିଲା ମଣିଷର କଥା । ପଶୁପକ୍ଷୀଙ୍କ କ୍ଷେତ୍ରରେ ସମାନ ଘଟଣା ଘଟିଥାଏ । ନିଜ ଭଲପାଇବାକୁ ପାଇବା ପାଇଁ ସାରା ପୃଥିବୀ ସହ ଲଢିଯାଆନ୍ତି ପ୍ରେମୀ । ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି ।

ହାଏରେ ପ୍ରେମ, ତୋ ପାଇଁ କେତେ ଲୀଳା ! ତୋ ପାଇଁ କେତେବେଳେ ମହାଭାରତ ତ ଆଉ କେତେବେଳେ ରାମାୟଣ । ଏବେ ପୁଣି ସିଂହ ଲଢେଇ । ଖାଲି କ’ଣ ଯୁଦ୍ଧ କରିବା ପାଇଁ ପ୍ରେମର ଜନ୍ମ ? ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ଫୁଲ ଭାଇରାଲ । ଗୋଟିଏ ସିଂହୀକୁ ଇମ୍ପ୍ରେସ କରିବା ପାଇଁ ନିଜ ନିଜ ଭିତରେ ଲଢେଇ କରୁଛନ୍ତି ଦୁଇ ମହାବଳ ସିଂହ । ଆଗରୁ ଜଣେ ମହିଳାଙ୍କ ପାଇଁ ଦୁଇ ଯୁବକ ମାରପିଟ ହେଉଥିବାର ଦେଖିଥିବେ । କିନ୍ତୁ ଆଜି ଦୁଇ ପଶୁଙ୍କ ମଧ୍ୟରେ ଲାଗିଛି ଛକା ପଞ୍ଝା । କିଏ ଜିତିବ ସିଂହୀର ହୃଦୟ ?

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ଗୋଟିଏ ସିଂହ ସହିତ ସିଂହୀ ଜଙ୍ଗଲରେ ବୁଲୁଥିଲେ । ଏହି ସମୟରେ ଆଉ ଏକ ସିଂହ ଆସୁଥିବାର ଦେଖି ତା ସହ ଲଢିବା ପାଇଁ ଡେଇଁ ପଡିଛି ପ୍ରଥମ ସିଂହ । ଏହାପରେ ଉଭୟ ସିଂହଙ୍କ ମଧ୍ୟରେ ଲାଗିଛି ତୁମୁଳ ଯୁଦ୍ଧ । ଦୁହେଁ ଦୁହିଁକୁ ହରାଇ ସିଂହୀକୁ ନିଜର ରାଣୀ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ଭିଡିଓ ଶେଷରେ ଦ୍ୱିତୀୟ ସିଂହ ଅନ୍ୟ ଉପରେ ଭାରି ପଡିଥିବା ଅନୁମାନ କରାଯାଉଛି । ଏହି ଭିଡିଓ ଅପଲୋଡ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହାର ମଜା ନେବା ସହ ଭିନ୍ନ ଭିନ୍ନ କମେଣ୍ଟ କରିବା ମଧ୍ୟ ଜାରି ରଖିଛନ୍ତି ।

 

Get real time updates directly on you device, subscribe now.