fbpx

ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା ବାଇକ, ଘଟଣାସ୍ଥଳରେ ଚାଲିଗଲା ୩ ଯୁବକଙ୍କ ଜୀବନ

କୁଚିଣ୍ଡା,(ଭାସ୍କର ନ୍ୟୁଜ୍‌) : କୁଚିଣ୍ଡା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଗଡ଼ପୋଷ ନିକଟ ଘନସରା ଓ ରବଗାଁ ମଝି ରାସ୍ତାରେ ଏକ ବାଇକ୍‌ ରାସ୍ତାକଡ଼ ଗଛରେ ପିଟିହେବା ଫଳରେ ସେଥିରେ ବସିଥିବା ୩ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ପୋଲିସ ୩ଜଣଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ପ୍ରକାଶ ଯେ ବାଇକ୍‌ଟି ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହୋଇ ଯାଇଥିଲା । ଦୁର୍ଘଟଣା ଘଟଣାସ୍ଥଳ ୩ ଜଣ ପ୍ରାଣ ହରାଇଥିଲେ। ମୃତ ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.