fbpx

ରାସ୍ତା ମଝିରେ ହଠାତ ହେଲା ଟଙ୍କାବର୍ଷା, ଉଡିଲା ୫୦୦ ଟଙ୍କିଆ ନୋଟ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପ୍ରାୟତଃ ବାହାଘର କିମ୍ବା କୌଣସି ପାର୍ଟିରେ ଟଙ୍କା ଉଡାଇବାର ଦୃଶ୍ୟ ଆପଣମାନେ ଦେଖିଥିବେ । ତେବେ ସେମାନେ ଅଧିକାଂଶ ୧୦,୨୦ କିମ୍ବା ୫୦ ବା ୧୦୦ ଟଙ୍କିଆ ନୋଟ ହିଁ ଫିଙ୍ଗିଥାନ୍ତି । କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କୌଣସି ବ୍ୟକ୍ତି ୫୦୦ ଟଙ୍କିଆ ନୋଟ ଉଡାଏ, ସେ ବି ରାସ୍ତା ମଝିରେ ତେବେ କ’ଣ ହେବ ପରିସ୍ଥିତି । ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ, ଯେ କିଏ ବା କାହିଁକି ୫୦୦ ଟଙ୍କିଆ ନୋଟ ଉଡାଇବ? କିଏ କାହିଁକି ବା ଏତେ ଟଙ୍କା ନଷ୍ଟ କରିବ? କିନ୍ତୁ ଏହା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୋସିଆଲ ମିଡିଆ ଆପ ଟ୍ୱିଟରରେ ଏହାର ଏକ ଭିଡିଓ ଅପଲୋଡ ହୋଇଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ହାଇଦ୍ରାବାଦର ଚାରମିନାର ନିକଟରେ କରେନ୍ସି ନୋଟ ଉଡାଇଥିବାର ଦେଖିବାକୁ ମିଳିଛି । ଅନ୍ଧାର ରାତିରେ ଏକ ବରଯାତ୍ରୀରେ କେବଳ ୫୦୦ ଟଙ୍କିଆ ନୋଟ ଉଡାଇଥିବାର ଏହି ଦୃଶ୍ୟ ଏବେ ଲୋକଙ୍କୁ ଆଚମ୍ବିତ କରିଛି । ଏଭଳି ଏକ ଅଦ୍ଭୁତ ଘଟଣାକୁ ଘଟଣାସ୍ଥଳରେ ଉପସ୍ଥିତ ଲୋକେ ମୋବାଇଳରେ ରେକର୍ଡ କରି ସୋସିୀଆଲ ମିଡିଆରେ ଅପଲୋଡ କରି ଦେଇଛନ୍ତି । ତେବେ ଏଠାରେ ଟଙ୍କା ନେବାକୁ ଲୋକ ପହଞ୍ଚିବା ବେଳକୁ ଏଠାରେ ଟଙ୍କା ବର୍ଷା ହେଉଥିବା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା ।

ଏହି ଘଟଣା ପୋଲିସ ନିକଟରେ ପହଞ୍ଚିବା ପରେ ଏହାର ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ । ଏହି ଲୋକମାନଙ୍କ ପରିଚୟ ପାଇଁ ଚାରମିନାର ନିକଟରେ ଲାଗିଥିବା କ୍ୟାମେରାର ଫୁଟେଜଗୁଡିକୁ ମଧ୍ୟ ଯାଞ୍ଚ କରାଯାଉଥିବା କହିଛନ୍ତି ନିରୀକ୍ଷକ ଗୁରୁ ନାଇଡୁ । ଅତ କଥା ସାମନାକୁ ଆସିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.