fbpx

ପୂର୍ବତନ କ୍ରିକେଟର ଓ ଅମ୍ପାୟାରଙ୍କର ଲାଗିଲା ଲଟେରୀ: ଜାଣନ୍ତୁ କେଉଁମାନଙ୍କର କେତେ ଟଙ୍କା ପେନସନ୍ ବଢ଼ାଇଲା BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପୂର୍ବତନ କ୍ରିକେଟର ଓ ଅମ୍ପାୟାରଙ୍କ ପାଇଁ ଏକ ଉପହାର ଘୋଷଣା କରିଛି । ପୂର୍ବତନ ମହିଳା ଓ ପୁରୁଷ କ୍ରିକେଟରଙ୍କ ସହ ପୂର୍ବତନ ଅମ୍ପାୟାରଙ୍କ ମାସିକ ପେନସନ ବୃଦ୍ଧି କରାଯାଇଛି । ବିସିସିଆଇ ସେକ୍ରେଟାରୀ ଜୟ ଶାହ ଏନେଇ ଘୋଷଣା କରିଛନ୍ତି । ବିସିସିଆଇର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ଭାରତୀୟ କ୍ରୀଡ଼ା ଜଗତରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।

ଏନେଇ ଶ୍ରୀ ଶାହ କହିଛନ୍ତି, ପୂର୍ବତନ ହୁଅନ୍ତି କି ବର୍ତ୍ତମାନ କ୍ରିକେଟର ହୁଅନ୍ତୁ, ସମସ୍ତଙ୍କର କଲ୍ୟାଣ ଆମର ସର୍ବୋଚ୍ଚ ପ୍ରାଥମିକତା । ସେଥିପାଇଁ ବିସିସିଆଇ ଏହି ପଦକ୍ଷେପ ନେଇଛି । ବିଗତ କିଛି ବର୍ଷ ଧରି ଯେଉଁ ଅମ୍ପାୟାରମାନେ ଭାରତୀୟ କ୍ରିକେଟକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି, ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏହା ହେଉଛି ଏକ ମାଧ୍ୟମ । ଏହି ଯୋଜନାର ଲାଭ ପାଖାପାଖି ୯ ଶହ କର୍ମୀଙ୍କୁ ମିଳିବ । ସେମାନଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକ ଲାଭାର୍ଥୀଙ୍କୁ ଶତ ପ୍ରତିଶତ ବୃଦ୍ଧି ମିଳିବ ।

ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମଲ କହିଛନ୍ତି, କେବଳ ପୂର୍ବତନ କ୍ରିକେଟର୍ସଙ୍କ ପାଇଁ ବିସିସିଆଇ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଆମର ପୂର୍ବତନ କ୍ରିକେଟର୍ସଙ୍କ ଆର୍ଥିକ ସୁରକ୍ଷା ରକ୍ଷା କରିବା ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ । ତେବେ ଯେଉଁ ଖେଳାଳିମାନେ ପୂର୍ବରୁ ୧୫ ହଜାର ମାସିକ ପେନସନ ପାଉଥିଲେ ଏବେ ସେମାନେ ୩୦ ହଜାର ପାଇବେ । ସେହିପରି ଅନେକଙ୍କର ପେନସନ ରାଶି ବୃଦ୍ଧି ହୋଇଛି । ଜୁନ୍ ୧ ଠାରୁ ଏହି ପେନସନ ରାଶି ସମସ୍ତଙ୍କୁ ମିଳିବ ।

Get real time updates directly on you device, subscribe now.