କେନ୍ଦୁଝରରେ ଅଘଟଣ: ବିଲ ଭିତରୁ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର

ଆନନ୍ଦପୁର(ଓଡ଼ିଶା ଭାସ୍କର): ବିଲ ଭିତରେ ମାଆପୁଅଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଜାବିନିପୁର ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁ ନିକଟ ଏକ ବିଲ ଭିତରୁ ମା ଓ ପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଆନନ୍ଦପୁର ଥାନା ମନୋହରପୁର ଅଞ୍ଚଳର ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ପୁଅ ସନ୍ତା ଦାସ ଓ ମା ଜେମା ଦାସ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ଅନେକ ଦିନ ଧରି ଏହି ଅଞ୍ଚଳରେ ଭିକ ମାଗି ଗୁଜୁରାଣ ମେଣ୍ଟାଉଥିଲେ । ମାଆର ବୟସ ପ୍ରାୟ ୬୦ ବର୍ଷ ଓ ପୁଅର ବୟସ ୩୫ ବର୍ଷ । ସ୍ଥାନୀୟ ଲୋକେ ଉଭୟଙ୍କ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । କିଭଳି ଓ କାହିଁକି ଉଭୟ ମୃତ୍ୟୁବରଣ କଲେ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମା ଓ ପୁଅଙ୍କର ଅଂଶୁଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛିି ।