fbpx

ସଞ୍ଜୟ ଦତ୍ତଙ୍କୁ ମାରିଥିଲି ଚାପୁଡା: ପୂର୍ବତନ କମିଶନର ରାକେଶ ମାରିଆଙ୍କ ଖୁଲାସା

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଆତ୍ମକଥାରେ ପ୍ରକାଶ ପାଇଥିବା ଏକ ଘଟଣା ଏବେ ଖୁବ ଚର୍ଚ୍ଚାରେ । ଏଥିରେ ଲେଖିାଯାଇଛି ଯେ, ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଚାପୁଡା ମାରିଥିଲେ ରାକେଶ ମାରିଆ ।

୧୯୯୩ ମସିହା ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ତାଙ୍କ ଘରୁ ୯ ଏମଏମ ପିସ୍ତଲ, ଏକେ-୫୬ ରାଇଫଲ ଏବଂ ବହୁ ଗୋଳାବରୁଦ ଜବତ ମଧ୍ୟ କରାଯାଇଥିଲା । ଏହାପରେ ସଞ୍ଜୟ ଦତ୍ତଙ୍କୁ ଗିରଫ କରିଥିଲେ ସେତେବେଳେ ମୁମ୍ବାଇରେ କମିଶନର ଭାବେ ନିଯୁକ୍ତି ପାଇଥିବା ରାକେଶ ମାରିଆ । ସଞ୍ଜୟ ଦତ୍ତଙ୍କୁ ଗିରଫ କରିବା ପରେ ବେଶ୍ ଚର୍ଚ୍ଚାରେ ଥିଲେ କମିଶନର ।

ଏବେ ଦୀର୍ଘ ଦିନ ପରେ ପୁଣିଥରେ ସଞ୍ଜୟ ଦତ୍ତ ଏବଂ ରାକେଶ ମାରିଆଙ୍କୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରାକେଶ ମାରିଆ ନିଜ ପୁସ୍ତକରେ କହିଛନ୍ତି ଯେ, ସେତେବେଳେ ମୁଁ ଖୁବ୍ ଚିନ୍ତିତ ଥିଲି । ବାରମ୍ବାର ସଞ୍ଜୟଙ୍କ ମିଛକୁ ନେଇ ସହ୍ୟ କରିବା ମୋ ପକ୍ଷେ ଅସମ୍ଭବ ଥିଲା । ଏଥିପାଇଁ ମୁଁ ତାଙ୍କୁ ଏକ ଶକ୍ତ ଚାପୁଡା ମାରିଥିଲି ।

ଏହାପରେ ସଞ୍ଜୟ ଖୁବ୍ ଜୋରରେ ଡରିଯାଇଥିଲେ ବୋଲି ରାକେଶ ଏହି ବହିରେ ଉଲ୍ଲେଖ କରିଛନ୍ତି । ଏହାପରେ ମୁଁ ତାଙ୍କୁ କହିଥିଲି, ମୁଁ ଯେମିତି ସମସ୍ତ ପ୍ରଶ୍ନ ପଚାରୁଛି, ତାର ସଠିକ୍ ଉତ୍ତର ଦିଅ । ରାକେଶ ମାରିଆ ତାଙ୍କ ଆତ୍ମକଥାରେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସଞ୍ଜୟ ଦତ୍ତଙ୍କୁ ଭେଟିବା ପାଇଁ ଜେଲକୁ ପିତା ସୁନୀଲ ଦତ୍ତ, ରାଜେନ୍ଦ୍ର କୁମାର, ମହେଶ ଭଟ୍ଟ ଏବଂ ୟଶ୍ ଜୋହରଙ୍କ ଭଳି ବହୁ କଳାକାର ଭେଟିବାକୁ ଆସୁଥିଲେ ।

Get real time updates directly on you device, subscribe now.