fbpx

ଦେଶର ୫୦୦ ୱେବସାଇଟ୍ ଉପରେ ସାଇବର ଆଟାକ୍‌, ମାଲେସିଆ ଏବଂ ଇଣ୍ଡୋନେସିଆ ହ୍ୟାକରଙ୍କ ଉପରେ ସନ୍ଦେହ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ୍ ପରେ ପୂରା ଦେଶରେ ବିରୋଧ ପ୍ରଦର୍ଶନ ଲାଗି ରହିଛି । ଏହାରି ପରେ ହ୍ୟାକର୍‌ମାନେ ଅନେକ ୱେବସାଇଟ୍ ହ୍ୟାକ୍ କରି ଏହା ପ୍ରତିଶୋଧ ନେଉଛନ୍ତି । ତାଜା ଖବର ଅନୁଯାୟି ମହାରାଷ୍ଟ୍ରର ଥାନେ ପୋଲିସ ୱେବସାଇଟ୍ ହୋଇଛି । ହ୍ୟାକର୍ସମାନେ ସେମାନଙ୍କ କହିଛନ୍ତି ଯେ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିବାଦୀୟ ଟିପ୍ପଣି ବିଷୟେର କହିଥିଲେ । ଏବଂ ସେମାନେ ଦାବି କରିଛନ୍ତି ଯେ, ଏଥିପାଇଁ ଭାରତ ସରକାର ମୁସଲମାନମାନଙ୍କୁ କ୍ଷମା ମାଗନ୍ତୁ ।

ଥାଣେ ଥାନା ପରି ହ୍ୟାକର୍ସମାନେ ନାଗପୁର ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ସମେତ ପ୍ରାୟ ୭୦ରୁ ଅଧିକ ୱେବସାଇଟ୍ ହ୍ୟାକ୍ କରିଛନ୍ତି । ମଙ୍ଗଳବାର ଥାଣେ ପୋଲିସ ୱେବସାଇଟ୍ ହ୍ୟାକ୍ ହୋଇଯାଇଥିଲା । ତେବେ ଏହାପରେ ସାଇବର ଟିମ୍ ତୁରନ୍ତ ତଥ୍ୟ ସବୁକୁ ରିକଭର କରିବା ସହ ୱେବସାଇଟ୍‌କୁ ପୁନଃ ସ୍ଥାପିତ କରିଥିଲେ । ପୋଲିସ ଅଧୀକାରୀ ସୂଚନା ଦେଇଛନ୍ତି ଯେ, ୱେବସାଇଟ୍ ହ୍ୟାକ୍‌କୁ ନେଇ ଯାଞ୍ଚ ଆରମ୍ଭ ହୋଇଯାଇଛି ।

ରିପୋର୍ଟ ମୁତାବକ ୱେବସାଇଟ୍ ଖୋଲିବା ପରେ ସ୍କ୍ରନ୍‌ରେ ଏକ ସୂଚନା ଥିଲା, ୱେବସାଇଟ୍ ହ୍ୟାକ୍ ହୋଇଯାଇଛି । ଆଗକୁ ଏହା ଲେଖା ଥିଲା ଯେ, ନମସ୍କାର ଭାରତ ସରକାର, ସମସ୍ତଙ୍କୁ ନମସ୍କାର । ଆପଣ ବାରମ୍ବାର ଇସଲାମିକ ଧର୍ମରେ ଦ୍ୱନ୍ଦ ସୃଷ୍ଟି କରୁଛନ୍ତି । ଆପଣଙ୍କୁ ସହନଶିଳତା ଦେଖାଯାଉନାହିଁ । ଯେତେ ଶିଘ୍ର ପାରୁଛ ବିଶ୍ୱର ମୁସଲମାନଙ୍କୁ କ୍ଷମା ମାଗନ୍ତୁ, ନହେଲେ ଆମେ ଶାନ୍ତ ବସିବୁ ନାହିଁ ।

 

Get real time updates directly on you device, subscribe now.