ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡେ ମାମଲାରେ ତୃତୀୟ ଥର ପାଇଁ ଆଜି ପୁଣି ଥରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିବ ପ୍ରବର୍ତ୍ତନ ନ୍ୟାୟାଳୟ(ଇଡି) । ମିଳିଥିବା ଖବର ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଗତକାଲି ରାହୁଲଙ୍କୁ ପ୍ରାୟ ୧୧ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା ଇଡି । ତେବେ ଏହି ଜେରା ଆଜି ମଧ୍ୟ ଜାରି ରହିବ ବୋଲି ଜଣାପଡିଛି । ତେବେ ଆସନ୍ତୁ ଜାଣିବା ଏହି ମାମଲାର ୧୦ଟି ରୋଚକ କଥା:
-ରାହୁଲ ଗାନ୍ଧି ନ୍ୟାସନାଲ ହେରାଲ୍ଡେ ମାମଲାରେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିସାରିଛନ୍ତି । ଏହାକୁ ନେଇ ବିରୋଧ ମଧ୍ୟ କରାଯାଉଛି । ଯାହା ଗତକାଲି ମଧ୍ୟ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଇଡି ରାହୁଲଙ୍କୁ ପ୍ରାୟ ୨୧ ଘଣ୍ଟା କାଳ ଜେରା କରିସାରିଛି । ସୋମବାର ଦିନ ପ୍ରଥମ ଜେରାରେ ଇଡି ପ୍ରାୟ ୧୦ ଘଣ୍ଟା ଧରି ଜେରା କରିଥିବାବେଳେ ମଙ୍ଗଳବାର ପ୍ରାୟ ୧୦ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଜେରା କରିଥିଲା ।
-ମିଳିଥିବା ଖବର ଅନୁସାରେ,ଜେରା କରିବା ସମୟରେ ଇଡି ରାହୁଲଙ୍କୁ ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟ ପ୍ରଶ୍ନ ପଚାରିଥିଲା । ଗତକାଲି ରାହୁଲ ଗାନ୍ଧି ଏପିଜେ ଅବବ୍ଦୁଲ କଲାମ ରୋଡ ସ୍ଥିତ ଇଡି ମୁଖ୍ୟାଳୟରେ ସକାଳ ପ୍ରାୟ ୧୧.୧୦ଟା ବେଳେ ପଂହଚିଥିଲେ । ସେଠାରେ ରାହୁଲଙ୍କୁ ପ୍ରାୟ ୧ଘଣ୍ଟା ପ୍ରଶ୍ନ କରିବା ପରେ ପ୍ରାୟ ୨.୩୦ ସମୟରେ ଇଡି ଅଫିସର ଫେରିଯାଇଥିଲେ । ପୁନର୍ବାର ରାହୁଲ ଅଫିସକୁ ପହଂଚିଥିଲେ । ପ୍ରାୟ ରାତି ୧୨ଟା ପର୍ଯ୍ୟନ୍ତ ପୁଣିଥରେ ରାହୁଲଙ୍କୁ ଜେରା କରିଥିଲା ଇଡି ।
-ରାହୁଲ ଗାନ୍ଧି ଜେରା ପାଇଁ ଇଡି ମୁଖ୍ୟାଳୟ ଯିବା ଘଟଣାକୁ ନେଇ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ବିରୋଧ କରିଥିଲା । ଏଥିସହ ଏହାକୁ ବିରୋଧ କରି ଦଳ ପକ୍ଷରୁ ପଦଯାତ୍ରା ମଧ୍ୟ ଆରମ୍ଭ କରାଯାଇଥିଲା ।
-କଂଗ୍ରେସର ବିରୋଧକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା । ଏଥିସହ କଂଗ୍ରେସ ପକ୍ଷରୁ ଦିଲ୍ଲୀ ରାଜରାସ୍ତାରେ କରାଯାଉଥିବା ବିରୋଧ ପ୍ରଦର୍ଶନକୁ ରୋକିବା ପାଇଁ ପୋଲି ଦଳର କିଛି ନେତାଙ୍କୁ ହାଜତକୁ ମଧ୍ୟ ନେଇଥିବା ଘଟଣା ଦେଖିବାକୁ ମିଳିଥିଲା ।
-ରାହୁଲ ଗାନ୍ଧିଙ୍କୁ ସମର୍ଥନ କରି ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେଲହଟଙ୍କୁ ମଧ୍ୟ ଦିଲ୍ଲୀର ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା ।
-ରାହୁଲଙ୍କୁ ଇଡିର ଜେରା ଘଟଣାକୁ ନେଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେଲହଟ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, ଗଡସେ ବଂଶଜ ଖୁବ୍ ଡରୁଆ, ଯେଉଁ କାରଣରୁ ମୁକୁଲ ୱାସନିକ ଏବଂ ମୋତେ ଦିଲ୍ଲୀର ଆପୋଲ ହସ୍ପିଟାଲ ସାମ୍ନାରେ ଆମକୁ ଅଟକାଇ ଦେଲେ । କାରଣ ଆମେ ବଦରପୁର ଥାନା ନିକଟକୁ ଯାଇ ସେଠାରେ ଆମର କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର ଥିଲା । ଆମ କାର୍ଯ୍ୟକର୍ତ୍ତାମାନେ ସତ ପାଇଁ ଲଢ଼ିବା ଜାଣିଛନ୍ତି ଏବଂ ସେମାନେ ଲଢ଼ିବେ ମଧ୍ୟ ।
-ସେହିଭଳି ଡିଏମକେ ନେତା ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଏହି ମାମଲାକୁ ନେଇ ବିଜେପିକୁ ଟାର୍ଗେଟ କରିଥିଲେ । ଏନେଇ ସେ ଟ୍ୱିଟ କରି କହିଛନ୍ତି ଯେ, ମୁଁ କଂଗ୍ରେସ ପାର୍ଟି ଏବଂ ନେତା ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କ ବିରୋଧରେ ବିଜେପି ସରକାର ଦ୍ୱାରା ଇଡିର ଉପଯୋଗକୁ ନିନ୍ଦା କରୁଛି ।
-ନ୍ୟାସନାଲ ହେରାଲ୍ଡେ ମାମଲାରେ ଧନ ଶୋଧନ ରୋକଥାମ ଅଧିନିୟମ(ପିଏମଏଲଏ) ଧାରା ଅନୁସାରେ ରାହୁଲ ଗାନ୍ଧିଙ୍କ ଉତ୍ତରକୁ ରେକର୍ଡ କରାଯାଉଛି । ଏହି ମାମଲାରେ ଇଡି କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ମଧ୍ୟ ସମନ ପଠାଇସାରିଛି । ୨୩ ଜୁନ୍ରେ ସୋନିଆ ଗାନ୍ଧି ଇଡି ନିକଟରେ ହାଜର ହେବେ । ସୂଚନାଯୋଗ୍ୟ ଯେ, ସୋନିଆ ବର୍ତ୍ତମାନ କରୋନାରେ ସଂକ୍ରମିତ ହୋଇ ଗଙ୍ଗାରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।