fbpx
BSKY SKY
BSKY SKY

FD ଜମାରାଶିର ସୁଧହାର ବୃଦ୍ଧି କଲା SBI

BSKY

ନୁଆଦିଲ୍ଲୀ: ଫିକ୍ସଡ୍ ଡିପୋଜିଟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସୁଧହାର ବୃଦ୍ଧି କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ସପ୍ତାହରେ ରେପୋରେଟ୍ ବୃଦ୍ଧି କରିବାରୁ SBI ଏଭଳି ପଦକ୍ଷେପ ନେଇଛି । SBI ୱେବସାଇଟର ସୂଚନାନୁଯାୟୀ ୨ କୋଟି ଟଙ୍କାରୁ କମ୍ ଖୁଚୁରା ଘରୋଇ ଅବଧି ଜମାରାଶିରେ ସଂଶୋଧିତ ସୁଧହାର ଜୁନ୍ ୧୪ରୁ ପ୍ରଭାବୀ ହୋଇଛି ।

ୱେବସାଇଟର ସୂଚନା ମୁତାବକ ୨୧୧ଦିନରୁ ନେଇ କମ୍ ଅବଧିର ଜମା ଉପରେ ସୁଧହାର ୪.୬୦ ପ୍ରତିଶତ ଲାଗୁ ହେବ ଯାହାକି ପୂର୍ବରୁ ୪.୪୦ ପ୍ରତିଶତ ଥିଲା । ବରିଷ୍ଠ ନାଗରିକଙ୍କୁ ୫.୧୦ ପ୍ରତିଶତ ସୁଧହାର ମିଳିବ ଯାହାକି ପୂର୍ବରୁ ୪.୯୦ ପ୍ରତିଶତ ଥିଲା ।

ଏହିପ୍ରକାରରେ ଯଦି ଦେଖାଯାଏ ତେବେ ୧ବର୍ଷରୁ ନେଇ ୨ବର୍ଷରୁ କମ୍ ଅବଧି ଜମା ଉପରେ ଗ୍ରାହକଙ୍କୁ ୫.୩୦ ପ୍ରତିଶତ ସୁଧ ମିଳିବ । ଏଥିରେ ୦.୨୦ ପ୍ରତିଶତ ବୃଦ୍ଧି ହୋଇଛି । ଦୁଇରୁ ୩ ବର୍ଷରୁ କମ୍ ଅବଧି ଜମାରାଶି ଉପରେ ୫.୩୫ ପ୍ରତିଶତ ସୁଧହାର ମିଳିବ ବୋଲି ଏସବିଆଇ ସୂଚନା ଦେଇଛି ।

Get real time updates directly on you device, subscribe now.