fbpx

(Video) ସୂର୍ଯ୍ୟରେ ୮ ଘଣ୍ଟା ଧରି ବିସ୍ଫୋରଣ: ସୌରଝଡର ଘନେଇଲା ବିପଦ

ନୂଆଦିଲ୍ଲୀ: ପୂର୍ବରୁ କିଛି ମାସ ତଳେ ସୂର୍ଯ୍ୟରେ ବିସ୍ଫୋରଣ ହେବା ଘଟଣା ବର୍ତ୍ତମାନ ବଢ଼ିଚାଲିଛି । ସୋମବାର ଏକ ବଡ଼ ବିସ୍ଫୋରଣ ଘଟିଛି ଯାହାକି ଲଗାତର ଭାବେ ୮ ଘଣ୍ଟାଧରି ଚାଲିଥିଲା । ଏହାକୁ ନାସାର ସୋଲାର ଡାଇନେମିକସ ଅବଜେକ୍ଟୋରୀ ଏବଂ ଏସଓଏଚଓ ଅବଜେକ୍ଟୋରୀରେ ରେକର୍ଡ କରାଯଇଛି ।

ପୃଥିବୀର ଉତ୍ତର ଭାଗର ଦକ୍ଷିଣ ପୂର୍ବ ଏସିଆ ଏବଂ ଜାପାନରେ ଜୁନ୍ ୧୫ ତାରିଖରେ ଏହି ସୌରଝଡ଼ ଦେଖାଦେଇପାରେ । ଏହା ସୂର୍ଯ୍ୟଙ୍କଠାରୁ ନିର୍ଗତ ହେଉଥିବା ଏଭଳି ଏକ ବିକିରଣ, ଯାହାର ସୌରମଣ୍ଡଳ ଉପରେ ପ୍ରଭାବ ପକାଇଲା ଭଳି କ୍ଷମତା ରହିଛି । ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପକାଇବା ଭଳି ବିପଦ ମଧ୍ୟ ଦେଖାଦେଇପାରେ । ଏଥିଯୋଗୁଁ ପୃଥିବୀର ନିକଟ ବାତାବରଣର ଶକ୍ତି ଉପରେ ପ୍ରଭାବ ପକାଇଲା ଭଳି ଶକ୍ତି ଦେଖାଦେଇପାରେ । ଏହା ଗ୍ରହଙ୍କୁ ମଧ୍ୟ ପ୍ରଭାବିତ କରିବ ।

ସ୍ପେସୱେଦର ୱେବସାଇଟ ଅନୁଯାୟୀ ଆକାଶରେ ସୋଲାରପ୍ଲେୟାରରେ ପ୍ଲାଜମା ଏବଂ ମାଗ୍ନେଟିକ ଫିଲ୍ଡ ମଧ୍ୟ ସୃଷ୍ଟିହେବ । ପ୍ଲାଜ୍ମାର ଗତି ଘଣ୍ଟାପ୍ରତି କୋଟିଏ କିଲୋମିଟର ହେବବୋଲି ଆଶା କରାଯାଉଛି । ଆମେରିକାର ନ୍ୟାସନାଲ ଓସିଓନିକ୍ ଅଟମୋପ୍ପୋରିକ ଆଡମିନିଷ୍ଟ୍ରେସନ ଏହି ଚେତାବନୀ ଦେଇଛନ୍ତି, ଆସନ୍ତା ଏକ ସପ୍ତାହ ମଧ୍ୟରେ ପୃଥିବୀର ଚୁମ୍ବକୀୟ ଶକ୍ତି ଅଘାତପ୍ରାପ୍ତ ହୋଇପାରେ ଯଦ୍ୱାରା ଜି-୧ ଏବଂ ଜି୨କ୍ଲାସ ଭଳି ଜିଓମେଟ୍ରିକ ଝଡ଼ ଆସିପାରେ ।

Get real time updates directly on you device, subscribe now.