fbpx

ବାପରେ ବାପ୍! ମହିଳାଙ୍କ ମଧ୍ୟରେ ଆରମ୍ଭ ହୋଇଗଲା ଭୟଙ୍କର ଷଣ୍ଢ ଲଢ଼େଇ, ମାନୁନାହାନ୍ତି ନାଳ ନର୍ଦ୍ଦମା, ଦେଖନ୍ତୁ Video

ନୂଆଦିଲ୍ଲୀ: ବିଭିନ୍ନ ସମୟରେ କୌଣସି କାରଣକୁ ନେଇ ପୁରୁଷ-ପୁରୁଷଙ୍କ ମଧ୍ୟରେ ଝଗଡ଼ା ଆପଣମାନେ ଦେଖିଥିବେ । ତେବେ ମହିଳାଙ୍କ ମଧ୍ୟରେ କ୍ୟାଟ୍ ଫାଇଟ୍ କେବେ ଦେଖିଛନ୍ତି କି? ନିକଟରେ କିଛି ମହିଳା ଲଢ଼େଇରେ ଏତେ ମାତିଗଲେ ଯେ ଲଢ଼ୁ ଲଢ଼ୁ ଏକ ନାଳରେ ଖସି ପଡ଼ିଥିଲେ । ତଥାପି ସେମାନଙ୍କର ଲଢ଼େଇ କମିବା ବଦଳରେ ଉଗ୍ରରୂପ ଧାରଣ କରିଥିଲା ।

ରାଜସ୍ଥାନର ଆଜମେରରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏକ ପ୍ରପର୍ଟି ବିବାଦକୁ ନେଇ ମୁହାଁମୁହିଁ ହୋଇଥିଲେ ଦେବରାନୀ-ଜେଠାନୀ । ଏହି ବିବାଦରେ ଦୁଇ ପକ୍ଷର ୪ ଜଣ ମହିଳା ସାମିଲ ହୋଇଥିଲେ । ତେବେ ଲଢ଼େଇ କରୁ କରୁ ଦୁଇଟି ଷଣ୍ଢ ଖାଲରେ ପଡ଼ିଯିବା ପରି ମହିଳାମାନଙ୍କ ଅବସ୍ଥା ମଧ୍ୟ ଅନୁରୂପ ହୋଇଥିଲା । ପେଟ୍ରୋଲ ପମ୍ପ ବାହାରେ ଥିବା ଏକ ନାଳକୁ ମହିଳାମାନେ ଖସି ପଡ଼ିଥିଲେ । ସେମାନେ ପରସ୍ପରଙ୍କ ଚୁଟି ଘୋଷାରି ଲଢ଼େଇ କରିବାରେ ଲାଗିଥିଲେ ।

ତେବେ ନାଳର ନର୍ଦ୍ଦମା ଗନ୍ଧକୁ ତିଳେମାତ୍ର ଖାତିର କରିନଥିଲେ ମହିଳାମାନେ । ଏହି ସମୟରେ ଦୁଇ ପକ୍ଷର ଯୁବକମାନେ ମଧ୍ୟ ନାଳକୁ ଡେଇଁ ବିରୋଧୀଙ୍କ ଉପରେ ବିଧା, ଗୋଇଠା ବର୍ଷଣ ଆରମ୍ଭ କରିଦେଇଥିଲେ । ଏହି ଘଟଣାକୁ ଅନେକ ଲୋକ ବେଶ୍ ଉପଭୋଗ କରିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଘଟଣା ବିଷୟରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଦୁଇପକ୍ଷଙ୍କ ତରଫରୁ ଦୁଇଟି ମାମଲା ଦାୟର ହୋଇଥିବା ବେଳେ ପୋଲିସ ସିସିଟିଭି ଫୁଟେଜ ଆଧାରରେ ଘଟଣାର ଯାଞ୍ଚ ଚଳାଇଛି ।

Get real time updates directly on you device, subscribe now.