ଗୁଜରାଟ(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା ହିରାବେନଙ୍କ ୧୦୦ ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଭେଟିବା ପାଇଁ ଗୁଜରାଟର ଗାନ୍ଧିନଗରରେ ଥିବା ତାଙ୍କ ମା’ଙ୍କ ଘରେ ପହଞ୍ଚିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ମା’ଙ୍କ ପାଦ ଧୋଇ ଆଶୀର୍ବାଦ ନେଇଥିଲେ। ମୋଦୀ ତାଙ୍କ ଜନ୍ମଦିନରେ ମାତା ହେରାବେନଙ୍କୁ ଏକ ଶାଢ଼ି ଉପହାର ଦେଇଛନ୍ତି।
#WATCH | Gujarat: Prime Minister Narendra Modi met his mother Heeraben Modi at her residence in Gandhinagar on her birthday today.
Heeraben Modi is entering the 100th year of her life today. pic.twitter.com/7xoIsKImNN
— ANI (@ANI) June 18, 2022
ତାଙ୍କ ମା’ଙ୍କ ୧୦୦ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦୀ ପାଦ ଧୋଇ ଆଖିରେ ଚରଣାମୃତ ପ୍ରୟୋଗ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏବେ ଗୁଜୁରାଟକୁ ଦୁଇ ଦିନିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ପ୍ରଥମେ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେବାକୁ ତାଙ୍କ ଘରକୁ ଆସିଥିଲେ। ମାଆଙ୍କ ସହ ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମନ୍ଦିରରେ ପୂଜାପାଠ କରି ପ୍ରସାଦ ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମା’ଙ୍କ ସହ ଭାବପ୍ରବଣ ଚିତ୍ର ମଧ୍ୟ ପୂର୍ବରୁ ପ୍ରକାଶ ପାଇଛି। ସେ ଅନେକ ସମୟରେ ଗୁଜରାଟକୁ ଯାଇ ତାଙ୍କ ମାଆଙ୍କୁ ଭେଟିବାକୁ ଯାଆନ୍ତି ।
ଏହାପରେ ପ୍ରଧାନମନ୍ତ୍ରୀ ପାବଗଡ଼ରେ ମା କାଳୀଙ୍କ ଦର୍ଶନ କରିବେ। ଏହି ମନ୍ଦିର ପ୍ରଧାନମନ୍ତ୍ରୀଙ୍କ ଭାବନା ସହିତ ଜଡ଼ିତ। ମା କାଳୀଙ୍କ ଏହି ମନ୍ଦିର ପାବଗଡ଼ ପର୍ବତ ଉପରେ ଅବସ୍ଥିତ। ଏବେ ଏହି ମନ୍ଦିରର ନବୀକରଣ କାର୍ଯ୍ୟ ଚାଲିଛି। ଏହି ମନ୍ଦିରକୁ ଯିବା ପାଇଁ ଭକ୍ତମାନଙ୍କୁ ୨୫୦ ଶିଢ଼ି ଚଢିବାକୁ ପଡେ। ଏବେ ଏଠାରେ ଲିପ୍ଟ ଲଗାଇବାର କାର୍ଯ୍ୟ ଚାଲିଛି। ଏହାପରେ ଦିବ୍ୟାଙ୍ଗମାନେ ମଧ୍ୟ ମା’ଙ୍କ ଦର୍ଶନ କରିବାକୁ ଯାଇ ପାରିବେ। ସୂଚନା ଅନୁସାରେ ଏହି ମନ୍ଦିରରେ ପ୍ରାୟ ୫୦୦ ବର୍ଷ ପରେ ପତାକା ଉତ୍ତୋଳନ କରାଯିବ।