fbpx

IPL ରେ ବଢ଼ିବ ମ୍ୟାଚ୍ ସଂଖ୍ୟା, ସୂଚନା ଦେଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ: ଆଇପିଏଲ ର ଆଗାମୀ ପାଞ୍ଚ ବର୍ଷର ମିଡିଆ ରାଇଟ୍ସ ପାଇଁ ୪୮,୩୯୦ କୋଟିର ରାଜସ୍ୱ ହାସଲ କରିବା ପରେ ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଦୁନିଆର ଦ୍ୱିତୀୟ ସବୁଠୁ ଦାମୀ ଲିଗ୍ ପାଇଁ ୱିଣ୍ଡୋ ବଢ଼ାଯିବ ଏହା ସହ ମ୍ୟାଚ୍ ସଂଖ୍ୟାରେ ମଧ୍ୟ ବୃଦ୍ଧି କରାଯିବ । ଶାହା କହିଛନ୍ତିି ଯେ  ଆଇପିଏଲ ୱିଣ୍ଡୋ ବଢ଼ାଇବାକୁ ନେଇ ବିସିସିଆଇ ଲଗାତାର ଆଇସିସି ଏବଂ ଅନ୍ୟ ଦେଶ ସହ ଯୋଗାଯୋଗରେ ରହିଛି ।

ଏକ ସାକ୍ଷାତକାରରେ ଏନେଇ ସୂଚନା ଦେବା ସହ ସେ କହିଛନ୍ତି ଯେ ବାର୍ଷିକ କ୍ରିକେଟ୍ କ୍ୟାଲେଣ୍ଡରରେ ଆଇପିଏଲ ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପାଲଟିଛି, ଆଉ ଏବେ ଏହା କେବଳ ଏନଏଫଏଲରୁ ପଛରେ ଅଛି । କ୍ରିକେଟର ଗୁଣବତ୍ତା ଯାହା ଆପଣ ଦେଖୁଛନ୍ତି ତାହା ବିଶ୍ୱସ୍ତରୀୟ ଯେଉଁଥିରେ ସିନିୟର ଇଣ୍ଟରନାସନାଲ ଖେଳାଳି ଭାଗ ନିଅନ୍ତି ଏବଂ ଭାରତୀୟ ଖେଳାଳିଙ୍କ ସହ ତଥା ତାଙ୍କ ବିରୋଧରେ ଖେଳିଥାନ୍ତି ।

ସେ କହିଛନ୍ତି କେବଳ କ୍ରିକେଟର ହିଁ ନୁହେଁ ବରଂ କିଛି ଦିଗ୍ଗଜ ଏବେ ଆଇପିଏଲରେ କୋଚ୍ ଭାବରେ କାମ କରୁଛନ୍ତି । ଏହା ଏକ ଉତ୍ତମ ମଞ୍ଚ, ଏହା ସମସ୍ତଙ୍କୁ ଲାଭାନ୍ୱିତ କରିଥାଏ କାରଣ ଏଥିରେ ମିଳୁଥିବା ଅନୁଭବ ଅମୂଲ୍ୟ । ଯେଉଁଭଳି ଭାବରେ ଆମେ ଆଗକୁ ଆଗକୁ ବଢ଼ିବୁ ମ୍ୟାଚ ସଂଖ୍ୟାରେ ବୃଦ୍ଧି ହେବ । ଆଇପିଏଲ ୨୦୨୨ ସିଜନ୍ ରେ ୧୦ ଟିମ୍ ଖେଳିଥିଲେ ଏବଂ ଏଥିରେ ୭୪ ମ୍ୟାଚ୍ ଖେଳାଯାଇଥିଲା । ଆଶାକରାଯାଉଛି ଯେ ଏବେ ପ୍ରତ୍ୟେକ ସିଜନରେ ୮୪ କିମ୍ବା ୯୪ ମ୍ୟାଚ୍ ଖେଳାଯିବ ।

Get real time updates directly on you device, subscribe now.