fbpx

ଶ୍ରୀଲଙ୍କାରେ ବଢ଼ିଲା ଇନ୍ଧନ ସଙ୍କଟ, ଆସନ୍ତା ସପ୍ତାହରୁ ସରକାରୀ ଅଫିସ୍ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

ଶ୍ରୀଲଙ୍କା ସରକାର ଆସନ୍ତା ସୋମବାର ଠାରୁ ଏକ ସପ୍ତାହ ପାଇଁ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ଘୋଷଣା କରିଛନ୍ତି । କାରଣ ଆର୍ଥିକ ସଙ୍କଟ ସହ ଜୁଝୁଥିବା ଦେଶରେ ଇନ୍ଧନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି । ଏହାସହ ବିଜୁଳି ସଙ୍କଟ ସମସ୍ୟା ମଧ୍ୟରେ ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରାଳୟ କଲୋମ୍ବୋ ସହରର ସବୁ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଆସନ୍ତା ସପ୍ତାହରୁ ଅନଲାଇନ କ୍ଲାସ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଡେଲି ମିରର ଖବର ଅନୂଯାୟୀ, ଦେଶରେ ରହିଥିବା ଇନ୍ଧନ ମାତ୍ରା ଦ୍ରୃତ ଭାବରେ କମ୍ ହେବା କାରଣରୁ ଏବଂ ଶ୍ରୀଲଙ୍କା ଉପରେ ଆମଦାନୀ ପାଇଁ ବିଦେଶୀ ମୁଦ୍ରାରେ ପୈଠ କରିବା ନେଇ ଚାପ ରହିଛି, ଯାହା କାରଣରୁ ଦେଶର ଅର୍ଥବ୍ୟବସ୍ଥା ଠପ୍ ହୋଇପଡ଼ିଛି ।

ଲୋକ ପ୍ରଶାସନ ଏବଂ ଆନ୍ତରିକ ମାମଲା ମନ୍ତ୍ରାଳୟ ଦ୍ୱାରା ଶୁକ୍ରବାର ଜାରି ସର୍କୁଲାର ଅନୁଯାୟୀ, ଇନ୍ଧନ ଅଭାବ ଏବ ଖରାପ ପରିବହନ ପ୍ରାଣାଳୀ ଏବଂ ପ୍ରାଇଭେଟ୍ ବାହାନର ଉପଯୋଗରେ ଆସୁଥିବା ଅସୁବିଧାକୁ ଧ୍ୟାନରେ ରଖି ସୋମବାର ଠାରୁ ସର୍ବନିମ୍ନ କର୍ମଚାରୀଙ୍କ ସହ କାମ କରିବା ପାଇଁ ଅନୁମତି ଦିଆଯାଇଛି । ସର୍କୁଲାର ଅନୂଯାୟୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା ସବୁ କର୍ମଚାରୀ କାମ ଜାରି ରଖିବେ ।

Get real time updates directly on you device, subscribe now.