fbpx

ସମବାୟ ସମିତି ନିର୍ବାଚନା: ଆଜି ୭୩୧ ଟି ବୁଥ୍‌ରେ ପଡିବ ଭୋଟ୍‌

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) :  ଆଜି ରାଜ୍ୟରେ ଥିବା ସମବାୟ ସମିତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଗୋଟିଏ ୧୯ ତାରିଖରେ କରାଯିବାକୁ ଥିବାବେଳେ ଅନ୍ୟଟି ୨୬ ତାରିଖରେ ଅନୁଷ୍ଠିତ ହେବ । ରାଜ୍ୟରେ ମୋଟ ୩୨୫୨ ସମିତି ମଧ୍ୟରୁ ୨୫୨୧ ସମବାୟ ସମିତିରେ ନିଦ୍ୱନ୍ଦ୍ୱର୍ରେ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ବାକି ୭୩୧ଟିରେ ଭୋଟଗ୍ରହଣ କରାଯିବ । ସେଥିମଧ୍ୟରୁ ୨୪୪ଟି ସମବାୟ ସମିତି ସମ୍ବେଦନଶୀଳ ଥିବାରୁ ସେଠାରେ ସିସିଟିଭି ଲଗାଯିବା ସହ ପୋଲିସ ମୁତୟନ କରାଯିବ ବୋଲି ରାଜ୍ୟ ସମବାୟ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.