fbpx

ଆଜି ନିର୍ଣ୍ଣାୟକ ମୁକାବିଲା, ପନ୍ତଙ୍କ ଚିନ୍ତା ବଢାଇପାରେ ଏମ ଚିନ୍ନାସ୍ଵାମୀର ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ସିରିଜ ବର୍ତ୍ତମାନ ୨-୨ ସମାନ ସ୍ଥିତିରେ ରହିଛି। ଯଦି ଭାରତକୁ ଇତିହାସ ରଚିବାର ଅଛି ତେବେ ଫାଇନାଲ୍ ଟି-୨୦ ଜିତିବାକୁ ପଡିବ। ଘରୋଇ ମାଟିରେ ଭାରତ କେବେ ବି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଜିତି ନାହିଁ। ଯଦି ପନ୍ତ ଭାରତକୁ ବିଜୟୀ କରାଇବାରେ ସଫଳ ହୁଅନ୍ତି ତେବେ ଭାରତ ଇତିହାସ ରଚିବ। ହେଲେ ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମର ରେକର୍ଡ ପନ୍ତଙ୍କ ଚିନ୍ତା ବଢାଇପାରେ। ଏହି ମଇଦାନରେ ଟି ୨୦ରେ ଭାରତର ରେକର୍ଡ ଭଲ ନୁହେଁ।

ଏହି ମଇଦାନରେ ଭାରତ ୫ଟି ଟି-୨୦ ମୁକାବିଲା ଖେଳିଛି। ଦଳ ତିନୋଟି ମ୍ୟାଚରେ ପରାଜୟର ମୁହଁ ଦେଖିବାକୁ ପଡିଛି। ୨୦୧୨ରେ ଭାରତ ସର୍ବପ୍ରଥମେ ପାକିସ୍ତାନ ବିପକ୍ଷରେ ଏହି ମଇଦାନରେ ଟି-୨୦ ମ୍ୟାଚ୍ ଖେଳିଥିଲା। ପାକିସ୍ତାନ ମୁକାବିଲାକୁ ୫ ଓ୍ଵିକେଟରେ ଜିତି ନେଇଥିଲା। ଏହା ପରେ ୨୦୧୬ରେ ବାଂଲାଦେଶ ଏବଂ ୨୦୧୭ରେ ଇଂଲଣ୍ଡକୁ ହରାଇବାରେ ଭାରତ ସଫଳ ହୋଇଥିଲା। କିନ୍ତୁ ଗତ ଦୁଇଟି ମୁକାବିଲାରେ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ହାତରୁ ପରାଜିତ ହେବାକୁ ପଡିଛି।

ଏହି ମଇଦାନରେ ଭାରତ ଏବଂ ଦକ୍ଷିଣ ଅ ାଫ୍ରିକା ମଧ୍ୟରେ ଗୋଟିଏ ଟି-୨୦ ଖେଳାଯାଇଛି। ଦକ୍ଷିଣ ଆଫ୍ରିକା ଘରୋଇ ଭାରତକୁ ୯ ଓ୍ଵିକେଟରେ ହରାଇଥିଲା। ଉକ୍ତ ମ୍ୟାଚରେ କ୍ଵିଣ୍ଟନ ଡିକକ୍ ହିରୋ ପାଲଟିଥିଲେ। ସେ ୫୨ ବଲରୁ ୭୯ ରନର ଅପରାଜିତ ଇନିଂସ ଖେଳିଥିଲେ।

ବର୍ଷା ସାଜିପାରେ ଭିଲେନ

ମୌସୁମୀ କାରଣରୁ ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସମୟରେ ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା ୨୦ ରୁ ୨୬ ଡିଗ୍ରୀ ମଧ୍ୟରେ ରହିପାରେ। ଓ୍ଵେଦର ଡଟ କମ୍ ଅନୁଯାୟୀ ମ୍ୟାଚ୍ ବେଳେ ୭୬ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି।

 

Get real time updates directly on you device, subscribe now.