fbpx

ବ୍ୟାନ୍ ହେଲା ୩୫ ହ୍ୱାଟ୍ସଆପ୍ ଗ୍ରୁପ୍: ଅଗ୍ନିପଥ ଯୋଜନା ବିଷୟରେ ପ୍ରଚାର କରୁଥିବା ମିଥ୍ୟା ଖବର

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାକୁ ରବିବାର ତିନି ସେନା ମୁଖ୍ୟଙ୍କ ତରଫରୁ ପ୍ରେସମିଟ ଜରିଆରେ ଯୋଜନାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କରାଯାଇଛି । ଏହାପରେ ମଧ୍ୟ ସୋସିଆଲ ମିଡିଆରେ ଫେକ୍ ନ୍ୟୁଜ୍ ପ୍ରଚରା କରାଯାଉଛି । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ସରକାର ।

ଅଗ୍ନିପଥ ଯୋଜନାକୁ ପ୍ରଚାର ହେଉଥିବା ଫେକ୍ ନ୍ୟୁଜ୍ କୁ ରୋକିବା ପାଇଁ ସରକାର ୩୫ ହ୍ୱାଟ୍ସଆପ୍ ଗ୍ରୁପ୍ କୁ ବ୍ୟାନ୍ କରିଛନ୍ତି । ଅଗ୍ନିପଥ ଯୋଜନା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏବଂ ମିଥ୍ୟ ଖବର ପ୍ରଚାର କରୁଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ତିନି ସେନା ମୁଖ୍ୟ ଅଗ୍ନିପଥ ଯୋଜନା ବିଷରେ ପ୍ରେସମିଟ୍ ରେ ସଂପୂର୍ଣ୍ଣ ସୂଚନା ଦେଇଛନ୍ତି । ଏଥିରେ ସେନା ମୁଖ୍ୟ ଯୁବକଙ୍କୁ କୌଣସି ପ୍ରକାର ମିଥ୍ୟା ଖବରକୁ ସ୍ୱୀକାର ନକରିବାକୁ ପରାମର୍ଶ ଦେଇଥିଲେ । ସେନା ତରଫରୁ କୁହାଯାଇଛି ଯେ ଯଦି କୌଣସି ଯୁବକଙ୍କ ଉପରେ କୌଣସି ମାମଲା ରହିଛି ତେବେ ସେ ଅଗ୍ନିବୀର ହୋଇପାରିବେନାହିଁ ।

Get real time updates directly on you device, subscribe now.