ଏମିତି ବି ଆସେ ମୃତ୍ୟୁ, ଶନି ମେଳାରେ ଭଜନ କୀର୍ତ୍ତନ କରୁ କରୁ ଟଳିଡିଲେ ଯୁବକ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ମୃତ୍ୟୁ ଯେ କାହା ଭାଗ୍ୟ ରେ କେତେବେଳେ, କୋଉଠି ଆସି ପହଞ୍ଚେ ତାହା କେହି କହିପାରିବେନି । ଏହି ପରି ଏକ ଦୁଃଖଦ ଘଟଣା ଘଟିଛି ବାଲିପାଟଣା ଥାନା ଅନ୍ତର୍ଗତ ଓଡଖଣ୍ଡ ଗ୍ରାମର ସ୍ୱର୍ଗତ ମହେନ୍ଦ୍ର ପଲେଇଙ୍କ ପୁତ୍ର ରାଜକିଶୋର ପଲେଇ (କୋଇଲି) ଙ୍କ ଭାଗ୍ୟରେ । ଶନି ମେଳାରେ ଭଜନ କୀର୍ତ୍ତନ କରୁଥିବା ସମୟରେ ହୃଦ୍‌ଘାତ ରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।

ପ୍ରାପ୍ତ ସୂଚନା ଅନୁଯାଇ ୪୮ ବର୍ଷିୟ କୋଇଲି ରାଜସ ସ୍ଥିତ ଗରିଆ ଗ୍ରାମ  ତାଙ୍କ ପିଉସି ନାନି ଘରକୁ ନିଜ ଗ୍ରାମ ସଂକୀର୍ତ୍ତନ ମଣ୍ଡଳୀକୁ ନେଇ ଶନି ମେଳା କରୁଥିବା ସମୟରେ ଅଚାନକ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା, ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଛି । ଶୋକାକୁଳ ପରିବେଶରେ ତାଙ୍କ ର ଅନ୍ତିମ ସଂସ୍କାର କରାଯାଇଥିଲା । ଏ ନେଇ ଥାନା ରେ ୨୩/୨୨ ନମ୍ବର ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।